ସିନେମା
ସିନେମା
ପରଦା ଉପରେ ପ୍ରୋଜେକ୍ଟର ଯୋଗେ
ଦୃଶ୍ୟ ରାଜି ଗତି କରେ ।
ପ୍ରେଖ୍ୟାଳୟ କକ୍ଷେ ଦର୍ଶକ ସମ୍ମୁଖେ
ଚଳ ଚିତ୍ର ସବୁ ଖେଳେ
ମତୁଆଲା ମନ ପ୍ରାଣ ସେ ହୋଇଣ
ଗୀତି ଓ ସଙ୍ଗୀତ ତାଳେ ।
କଳା କାର ମାନେ କରି ଥାନ୍ତି ଯେଉଁ
ନାଟକୀୟ ଅଭିନୟ ।
କଳା କଉଶଳ ପ୍ରଦର୍ଶନ ଶୈଳୀ
ଧାରା ଅନୁସାରେ ବିଦ୍ୟା
ପ୍ରକାଶିତ କରି ଲାଭ କରେ ଯାହା
ଦର୍ଶକ ମାନଙ୍କ ଶ୍ରଦ୍ଧା ।
ଟିକିଟି କାଟି କି ଟକିଜି ମଧ୍ଯରେ
ବସିଲେ ଦର୍ଶକ ମାନେ
ସିନେମା ନାଟକ ଆରମ୍ଭ ହୁଅଇ
ମୋଭି , ଥିଏଟର , ସ୍ଥାନେ ।
ଉପଭୋଗ କରି ଚାଲନ୍ତି ସଭିଏଁ
ପ୍ରେକ୍ଷାଳୟ ଅନ୍ଧକାରେ
କେଡେ ଚମତ୍କାର ପରିବେଷଣ ରେ
ଅସୀମ ତୃପତି ଭରେ ।
ଅଭିନୟ କଳା କୌଶଳ ସମ୍ଭାର
ଅନୁପମ ସମାହାର
ସଂସ୍କୃତି ଚେତନା ମୂଳକ କାହାଣୀ
ହୋଇ ଥାଏ ବ୍ୟବହାର ।
କଥା ଚିତ୍ର , ଆଉ ଚଳ ଚିତ୍ର ଆଦି
ସହିତ ସିନେମା ନାମେ
ଶିକ୍ଷା ସଂସ୍କୃତି ର ପ୍ରସାର ମାଧ୍ୟମ
ସଦ୍ଭାବ ଜାଗ୍ରତ କାମେ ।
କରାଏ ଜୀବନେ ପବିତ୍ର ଉତ୍ସାହ
ଆନନ୍ଦ ଉଲ୍ଲାସ ବୃଦ୍ଧି
ଉଦ୍ଦୀପନା ପୂର୍ଣ୍ଣ ଜୀବନ ଯାତ୍ରା ରେ
ସହାୟକ ଜ୍ଞାନ ସିଦ୍ଧି ।
ପ୍ରାପ୍ତ କ୍ଷମ କରୁ ଥିଲା ଆଗ କାଳେ
ଏବକୁ ହୋଇଲା ଲୁପ୍ତ
ମୋବାଇଲ ଫୋନ ଭିଡିଓ ହେତୁରୁ
ସିନେମା ହଲର ଶେଷ ।

