STORYMIRROR

Naliniprava Subudhi

Action

3  

Naliniprava Subudhi

Action

ଧର୍ମମାସ କାର୍ତ୍ତିକ

ଧର୍ମମାସ କାର୍ତ୍ତିକ

1 min
196


ଧରମ ମାସ ଏ କାର୍ତ୍ତିକ

ଶୁଣ ସୁଜ୍ଞାନୀ ନରେ ।

ଆମିଷ ବର୍ଜନ କରିବ ଏହା

ରଖ ମନରେ ।

ପ୍ରାତଃ କାଳୁ ସ୍ନାନ କରିବ

ମନେ ସୁମରି ହରି।

ଵୃନ୍ଦାଵତୀ ପୂଜା କରିବ

ରାଧାକୃଷ୍ଣ ସୁମରି।

ଚଉରାରେ ଭୋଗ କରିବ

ଜଳ ଦଵ ମୂଳରେ।

ହବିଷ ଅନ୍ନକୁ ଭୁଞିଵ

ନିତି ସନ୍ଧ୍ୟା କାଳରେ।

କାର୍ତ୍ତିକ ମାହାତ୍ମ୍ୟ ଶୁଣିବ

ବ୍ରାହ୍ମଣ ତୋଷକରି।

ରାଧାଦାମୋଦର ପୂଜିଵ

ଵାଲୁଙ୍କା ସ୍ଥାପନା କରି ।

ଏହି ମାସେପଡେ ଦୀପାବଳି

ଶ୍ୟାମାକାଳୀ ଙ୍କ ପୂଜା।

ପୟା ଶ୍ରାଦ୍ଧ ଦ୍ଯନ୍ତି ସରବେ

କେତେ ବିଧାନ ଖୋଜା ।

ଦୀପାଳିର ଜ୍ଯୋତି ପ୍ରକାଶେ

ବଡବଡୁଆ ଡାକି।

ଆତସବାଜିର ଶବ୍ଦରେ

କମ୍ପି ଉଠଇ ରାତି ।

ଅଁଳା ନବମୀ ପଡ଼ଇ

ରାଧାପାଦ ଦର୍ଶନ ।

ପଞ୍ଚୁକରେ କରି ହବିଷ

ବକ ଛାଡଇ ମୀନ।

ଶେଷେ ଆସେ ରାସପୂନେଇଁ

କଦଳୀ ପଟୁଆ ଡଙ୍ଗା।

ଆ କା ମା ବୈ ରେ 

ବାଲିଯାତରା ଦେଖା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action