STORYMIRROR

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ପୁସ୍ତକ ମହିମା

ପୁସ୍ତକ ମହିମା

1 min
203


ପୁସ୍ତକ ହିଁ ଦିଏ ଜ୍ଞାନର ଆଲୋକ 

ସଞ୍ଚାର କରେ ମୟୁଖ

ଆନନ୍ଦ ଉଲ୍ଲାସ ଉଦ୍ଦୀପନା ପୂର୍ଣ୍ଣ

କରି ବୁଣି ଦିଏ ସୁଖ ।


ଜୀବନେ ପବିତ୍ର ଉତ୍ସାହ ଶକତି

ଯୋଗାଏ ମନରେ କେତେ

ସାହସ ଶକତି ହସ ରସ ଭାସ 

ଭରେ ପୁଣି ଅବିରତେ ।


ନୂତନ ଭାବନା ଜ୍ଞାନ ଓ ଦକ୍ଷତା

ଅର୍ଜନ ଓ ଉପାର୍ଜନ

ସହାୟକ ଗ୍ରନ୍ଥ , ପୁସ୍ତକ ଅଟଇ

ପଢ଼ି ବୁଝି ନିତି ଦିନ ।


କରିଥାନ୍ତି ଲୋକମାନେ ଯେ ଅନେକ

 ଧାରଣା ଓ ଚିନ୍ତା ପ୍ରାଣେ

ହସ ଖେଳ ଗୀତ ଆଉ କଉତୁକ

ସକଳ ଭାବ ଶିକ୍ଷଣେ ।


କରେ ସହାୟତା ସର୍ବଦା ପ୍ରଦ।ତା

ଅଟେ ଯେ ମନୁଷ୍ୟ ପାଇଁ

ସୁଦିବ୍ୟ ଚେତନା ଜାଗ୍ରତ କରାଏ 

ନିତ୍ୟ ନୈମିତ୍ତିକ ସେହି ।


ବିଦ୍ୟା ବୁଦ୍ଧି ମେଧା, ଆଗ୍ରହ, ଆନନ୍ଦ,

କରାଏ ସେ ବିବର୍ଦ୍ଧନ

ପ୍ରିୟ ସାଥୀ ଅଟେ ସେହି ଟି ପୁସ୍ତକ 

ହରି ନିଏ ଜନ ମନ ।


Rate this content
Log in

Similar oriya poem from Abstract