STORYMIRROR

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ନକ୍ସା

ନକ୍ସା

1 min
199

ଚିତ୍ର ମାନଚିତ୍ର ନକ୍ସା

ଅଙ୍କା ହୁଏ ଯେତେ ବି ପ୍ରକାର

ସ୍ଥୂଳର ଏ ସୂକ୍ଷ୍ମ ରୂପ

ବିନ୍ଦୁରେ ସିନ୍ଧୁର ରହିଥାଏ ତତ୍ତ୍ବ

ଅନିର୍ଦ୍ଦିଷ୍ଟ ସୀମାର ନିର୍ଦ୍ଦିଷ୍ଟ ଦୂରତା

ଅବା ପରିସୀମା କି କ୍ଷେତ୍ରଫଳର

ପରିମାଣ ଏ ନକ୍ସା ମାଧ୍ୟମରେ

ହୋଇଥାଏ ନିରୁପଣ

ଆକାରରେ ଚିତ୍ରିତ ଚିହ୍ନିତ

କରା ଯାଇଥାଏ ଦେଇ ସୂଚନା

ବ୍ୟବାହର କରି ସାଙ୍କେତିକ ଚିହ୍ନ

ଭୌଗୋଳିକ ସୀମା ସରହଦ

ନକ୍ସା ଦ୍ଵାରା ହୁଏ ସହଜେ ଜାଣି

ତା'ର ସଠିକ୍ ମାପ

ନିର୍ଣ୍ଣୟ ହୁଏ ଏ ନକ୍ସା ଦେଖି

ବିଶ୍ଵ ବ୍ରହ୍ମାଣ୍ଡର ମହାକାଶରେ

ଏ ପୃଥିବୀ ଈଶ୍ଵରଙ୍କ ହସ୍ତାକ୍ଷରର

ଅଙ୍କିତ ଏକ ବାସ୍ତବ ନକ୍ସା

ସେ ଅନୁରୂପେ ଗ୍ରହ ଉପଗ୍ରହ

ନକ୍ଷତ୍ର ସୂର୍ଯ୍ୟ ଚନ୍ଦ୍ର ସବୁ

ସେଇ ସୃଷ୍ଟିକର୍ତ୍ତାଙ୍କର

ଅନନ୍ୟ ଅନନ୍ତ ଅକ୍ଷୟ କୀର୍ତ୍ତି

ଜଡ଼ରୁ ଚେତନ ଭାବରେ

ଭିନ୍ନ ଭିନ୍ନ ସ୍ଥାନେ ରହିଛି ସ୍ଥିତି

ପଞ୍ଚଭୂତ ଆତ୍ମା ପରମାତ୍ମାଙ୍କ

ଅଂଶ ରୂପେ ସ୍ଥୂଳ ଅବା ସୂକ୍ଷ୍ମରେ

ସଂସାରରେ ବିଦ୍ୟମାନ

ସେ ସୃଷ୍ଟିତତ୍ତ୍ଵର ମହତ୍ତ୍ଵକୁ

ବିଚାର କରି ମଣିଷ

ମାନସିକତା ଅନୁଯାୟୀ ତା'ର

ଆଙ୍କିଥାଏ ଭିନ୍ନ ଭିନ୍ନ ନକ୍ସା

ଜ୍ଞାନ ବୁଦ୍ଧି ବିବେକକୁ ନେଇ

ଅଭିଜ୍ଞତା ଅନୁଭୂତିରୁ

ନଥି ପତ୍ର ଦସ୍ତାବିଜରେ 

ତାର କ୍ଷୁଦ୍ରାତି କ୍ଷୁଦ୍ର ରୂପରେଖ

ରଖିଥାଏ ତା' ସାଇତି

ତାର ଅନୁସରଣରେ ଜୀବନ

ହୋଇଥାଏ ପ୍ରଭାବିତ 

ହୃଦୟର ସାଥେ ସେ ନକ୍ସା

ଯିଏ ବୁଝେ ଯେତିକି

ସେତିକି କରେ ଆତ୍ମପ୍ରକାଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action