STORYMIRROR

SUJATA DAS

Action

3  

SUJATA DAS

Action

କଳା କଳା

କଳା କଳା

1 min
137


କଳା କାହ୍ନୁ ତତେ

  ଭଲ ପାଏ କେତେ

   କହି ମୁଁ ପାରିନି କେବେ, 

 ହୃଦୟ ମନ୍ଦିରେ

  ଲୁଚାଇ ରଖିଛି

    ଦେଖିଲି ପ୍ରଥମେ ଯେବେ !


 ଡର ଲାଗେ ମନେ

  ଦେଖିଦେଲେ କେହି

    ହୋଇଯିବୁ କାଳେ ପର, 

 ଜଗତଟା ଭାରି

  ସ୍ୱାର୍ଥପର ଭରା,

   କରିଦେବ ମୋଠୁ ଦୂର !


 ଜୀବନ ବାୟୁରେ

  ମିଶିଛୁ ଏମିତି

    କ୍ଷଣେ ହୁଏ ନାହିଁ ଭୁଲି, 

 ତତେ ଭୁଲିଗଲେ

  ଜୀବନ ଅଟକେ

   ଆତ୍ମା ଯିବ ଦୂରେ ଚାଲି !


 ହୃଦୟ ମନ୍ଦିରେ

   ଜଳାଇ ରଖିଛି

    ପ୍ରୀତିର ପ୍ରଦୀପ ଜାଳି, 

 ଆଲୋକିତ ହୁଏ

  ମୋ ଜୀବନ ପଥ

    ସାଥେ ରହି ଦୀପ ଭଳି !




Rate this content
Log in

Similar oriya poem from Action