STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ପ୍ରେମ

ପ୍ରେମ

1 min
173


ଯେଉଁ ପରି ଅଟେ ଗଙ୍ଗା ପବିତ୍ରତା

  ଅଟେ ପ୍ରେମ ସେହୁ ପରି,

ସୁନ୍ଦର ନଦେଖେ ପ୍ରେମର ତାହାର

  ପ୍ରେମ ଅଟେ ସର୍ବୋପରି।

 

ଅସୁନ୍ଦର ଦିଶେ ସୁନ୍ଦର ତାହାକୁ

  ଆତ୍ମା ମିଶେ ଆତ୍ମା ସଙ୍ଗେ,

ପବିତ୍ର ପ୍ରେମରେ ଆତ୍ମାର ମିଳନ

  ପବିତ୍ର ଗଙ୍ଗାର ରଙ୍ଗେ।


ନଥାଏଟି ସର୍ତ୍ତ ପ୍ରେମରେ ତାଙ୍କର

  ନଥାଏଟି ଉଚ୍ଚନୀଚ,

ଜୀବନର ସାଥୀ ପବିତ୍ର ପ୍ରେମରେ

  ମୂଲ୍ୟ ନାହିଁ ଉଚ୍ଚନୀଚ।


ନିର୍ମଳ ହୃଦୟେ ପ୍ରେମ ହିଁ ତାଙ୍କର

 ନଥାଏ ଜାତି ବନ୍ଧନ,

ସୁଖ ଦୁଃଖ ସାଥୀ ଜୀବନ ଯାତ୍ରାରେ

  ରଖନ୍ତି ପ୍ରେମ ସମ୍ମାନ।


ରାଧାକୃଷ୍ଣ ପରି ପ୍ରେମ ହିଁ ତାଙ୍କରେ

  ନଥାଏ ସ୍ବାର୍ଥର ସ୍ବନ୍ନ,

ପବିତ୍ର ମିଳନ ପବିତ୍ର ପ୍ରେମରେ

  ଗୁଞ୍ଜେଟି ପ୍ରେମର ସ୍ବନ୍ନ।


ପ୍ରେମଟି ତାଙ୍କର ପ୍ରେମ ଭକ୍ତି ଶ୍ରଦ୍ଧା

  ନାହିଁ ପଟାନ୍ତର ଭବେ,

ଦୁର୍ଲ୍ଲଭ ଜୀବନ ପବିତ୍ର ପ୍ରେମରେ

  ଦିଅଇ ଗୌରବ ଭବେ।


ଜୀବନ ଯାତ୍ରାରେ ନିସ୍ବାର୍ଥ ପ୍ରେମର

 ମନ୍ତ୍ର ବଳି ଦେଉ ଥାନ୍ତି,

ଜୀବନର ସାଥୀ ହୋଇଣ ଗୃହରେ

 ଯତ୍ନରେ ଗୃହ ଗଢନ୍ତି।


ପିତୃମାତୃ ସେବା ଭକ୍ତିରେ କରନ୍ତି

 ସମଭାବ ମନ୍ତ୍ର ଗୃହେ,

ସେବା ଅତିଥିଙ୍କ ଦିନଚର୍ଯ୍ୟା ତାଙ୍କ

  ଜଗନ୍ନାଥ ଭକ୍ତି ଗୃହେ।


ଲକ୍ଷ୍ମୀପୂର୍ଣ୍ଣ ହୁଏ ଗୃହରେ ତାଙ୍କର

  ଜ୍ଞାନ ବିଜ୍ଞାନର ମନ୍ତ୍ର,

ରାଷ୍ଟ୍ରର ନିର୍ମାଣେ ଆତ୍ମନିର୍ଭରଟି

  ଗୃହେ ଧର୍ମ ଶାସ୍ତ୍ର ମନ୍ତ୍ର।


ଜନସେବା ତାଙ୍କ ରାଷ୍ଟ୍ରର ନିର୍ମାଣେ

  ଅହରହ ଜପମାଳି,

ସତ୍ୟ ଧର୍ମ ପଥେ ପଥଗାମୀ ସେହୁ

  ପ୍ରେମ ଶ୍ରଦ୍ଧା ଭକ୍ତି ବଳି।


ପ୍ରେମର ସଂଦେଶ ଦିଅନ୍ତି ରାଷ୍ଟ୍ରରେ

  ନିସ୍ବାର୍ଥ ପ୍ରେମର ଶକ୍ତି,

ପ୍ରେମ ଶକ୍ତି ବଳେ ପ୍ରଭୁଙ୍କର ପ୍ରାପ୍ତି

  ଆତ୍ମା ପ୍ରମାତ୍ମାର ଶକ୍ତି।


ନିସ୍ବାର୍ଥ ପ୍ରେମ ହିଁ ସର୍ବୋପରି ଭବେ

  ନିସ୍ବାର୍ଥେ ପ୍ରଭୁ ଭଜନ,

ଶ୍ରଦ୍ଧା ପ୍ରେମ ଦେଇ ଋଷିଙ୍କ ତପ୍ୟାସା

  ଆତ୍ମା ପ୍ରମାତ୍ମା ମିଳନ।


ପ୍ରେମ ପରିଭାଷା ନିସ୍ବାର୍ଥ ପ୍ରେମରୁ

  ଜଗତେ ଆଦର୍ଶ ହୁଏ,

ପ୍ରେମ ହିଁ ଅମୂଲ୍ୟ ପ୍ରେମ ହିଁ ଅନନ୍ତ

  ରାଧାକୃଷ୍ଣ ପ୍ରେମ ହୁଏ।


ପ୍ରେମ ଭକ୍ତି ଶ୍ରଦ୍ଧା ପ୍ରଭୁଙ୍କ ଚରଣେ

  ଜୀବନ ଯାତ୍ରାରେ ରହୁ,

ଜଗନ୍ନାଥ ପ୍ରଭୁ ପ୍ରେମରେ ଆନନ୍ଦ

  ପ୍ରେମ ଭକ୍ତି ଶ୍ରଦ୍ଧା ରହୁ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract