STORYMIRROR

Gautam Das

Abstract Inspirational Others

3  

Gautam Das

Abstract Inspirational Others

କୃପାକର ପ୍ରଭୁ ପୁରୁଷୋତ୍ତମ

କୃପାକର ପ୍ରଭୁ ପୁରୁଷୋତ୍ତମ

1 min
145

ପ୍ରଭୁ ତୁମ ରୂପ ପ୍ରଥା ପରଂପରା

ଭକ୍ତ ହୃଦେ ସୃଷ୍ଟି, ଭକ୍ତ ଭବଧାରା।


ଭକ୍ତ ମନ ରଥ କଳ୍ପନା ଯେ ସାରା

ଭକ୍ତ ଟାଣେ ହୋଇ ଆବେଗରେ ଭରା।


ପ୍ରଭୁ ହେବେ ବିଜେ ବଡଦାଣ୍ଡେ ରଥ

ପତିତପାବନ ଭକ୍ତ ମନୋରଥ ।


ଆହାଃ କି ଚତୁର୍ଧା ମୂରତୀର ରୂପ

ଦର୍ଶନେ ମୁକତି ରୋଗ, ପାପ, ତାପ


ଇଚ୍ଛାମୟ ପ୍ରଭୁ ତୁମେ ହିଁ ଈଶ୍ୱର 

ଅନୁଭବେ ଭକ୍ତ ମନ ହୃଦୟର ।


ତୁମେ ଦାରୁବ୍ରହ୍ମ ପ୍ରଭୁ ପରମାର୍ଥ

ଚଳନ୍ତି ଦେଉଳ ଏ ଶରୀର ରଥ ।


ମନ ମନ୍ଦିରରୁ ପ୍ରଭୁଂକୁ ନଚାଇ 

ହୃଦ ବଡଦାଣ୍ଡ ରଥରେ ବିଜେଇ ।


ଚିତ୍ତ ଚଇତନ୍ୟେ, ଭକ୍ତ ମୁଢମତି

ଅନୁଭବ କର ପ୍ରଭୁଂକ ମୂରତୀ ।


ହୃଦତନ୍ତ୍ରୀ ଦେଇ ମନ ରଥ ନେଇ 

ଯିବା ବ୍ରହ୍ମରନ୍ଧ୍ର ମହାବେଦୀ ପାଇଁ ।


ବିଶ୍ୱାସେ ଈଶ୍ୱର ତର୍କେ ବହୁଦୂର

ହେଉ ଇଚ୍ଛା ପୂର୍ଣ ଇଚ୍ଛାମୟଙ୍କର ।


କୃପାକର ପ୍ରୁଭୁ ପୁରୁଷୋତ୍ତମ

ଚରଣେ ଦାସାନୁଦାସ ଗୌତମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract