STORYMIRROR

Parthasarathi Parida

Abstract

3  

Parthasarathi Parida

Abstract

ସମ୍ପର୍କ

ସମ୍ପର୍କ

1 min
147

ସମ୍ପର୍କ

କେବେ ଘନିଷ୍ଟ, କେବେ ନିବିଡ଼, କେବେ ଅତ୍ମୀୟ, 

କେବେ ସହିଷ୍ଣୁ , କେବେ ଭାବପ୍ରବଣ, କେବେ ଛଳନା ରହିତ, କେତେବେଳେ ସୂକ୍ଷ୍ମ, ବେଳେବେଳେ ନିସନ୍ଦେହ,

କେବେ କେବେ କୋମଳ, ବହୁତ୍ ସମୟରେ ଅମୀମାଂସିତ, ଅନେକ ସମୟରେ ପ୍ରଶ୍ନହୀନ, ଭବନରୁ ଉଦାର, 

ଅନ୍ତରରୁ ଆଧ୍ୟାତ୍ମିକ।


ପୁଣି ସମ୍ପର୍କ ଆଉ କେବେ ସ୍ୱର୍ଥାନିହିତ, ହୃଦୟରୁ ଶ୍ରୀହୀନ, ଅବାଞ୍ଛିତ, କାହା ପାଇଁ ବାଧିତ, ସ୍ଵଭାବରୁ କଠୋର,

ମନରୁ ଅସହିଷ୍ଣୁ, ସମାଜରୁ ପାରିସ୍ଥିତିକ,

ଦୁଃଖ ବେଳେ ହ୍ରୁଦୟବିଦାରକ, ଭାବପ୍ରବଣତାରୁ ଦୁରତ୍ଵ,

ନିଷ୍ପାପ ହୃଦୟରୁ ପ୍ରଶ୍ନ ବହୁଳ,

ବୁଝିବାକୁ ଚେଷ୍ଟାକଲେ ଅସମାହିତ।


କେବେ ସୂକ୍ଷ୍ମ ରଜ୍ଜୁରେ ଖୁବ୍ ମଜବୁତ୍

ତ କେବେ ବଳିଷ୍ଠ ହେଇବି ଅସହାୟ।  

କେବେ ସମାନ୍ତରାଳ ସରଳ ରେଖା

ତ କେବେ ବୁଢିଆଣୀ ଜାଲ ଭଳି ଅସଜଡା ଅଡୁଆ।

କେବେ ଭଗବାନଙ୍କ ସହ ଭକ୍ତର।

 କେବେ କାଗଜ କଲମର

ତ କେବେ କିଛି ହୃଦୟର।

କେବେ ତୁମର ଏବଂ ମୋର, ଆଉ କେବେ ବହୁଦୂର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract