STORYMIRROR

Parthasarathi Parida

Tragedy

4.5  

Parthasarathi Parida

Tragedy

ଲୋକମାନେ ଭୁଲିଗଲେ ବୋଧେ

ଲୋକମାନେ ଭୁଲିଗଲେ ବୋଧେ

1 min
30

ଆଜି କାହିଁ ଫୋନ୍ ବାଜିଲାନି?

କେହି ପଚାରିଲେନି ଅଫିସ୍ ରୁ ଆସିଲୁ କେତେବେଳେ?

ଖାଇଚୁ କଣ?

ଝିଅ କଣ କରୁଛି?

ଦେହ କେମିତି ଅଛି?

ମନ ଭଲ ଅଛି ତ?

ଆଜି କାହିଁ କାହାର ଆପତ୍ତି ଆଉ ଅଭିଯୋଗ ନାହିଁ।

ଆଜି କାହିଁ ଫୋନ୍ ବାଜିଲାନି?

କେହି କହିଲେନି ଉଧାର ଫେରେଇବୁ କେବେ?

କେହି କହିଲେନି ନିଦ ହଉଚି କି ନାହିଁ?

ପ୍ରଶ୍ନ ନାହିଁ କାହାର ମୋ ଅତୀତ କୁ ନେଇ,

ସ୍ଵପ୍ନ ନାହିଁ କାହାର ମୋ ଭବିଷ୍ୟତ ପାଇଁ,

ଅଭିଳାଷ ନାହିଁ ମୋ ଭଲପାଇବାକୁ ନେଇ,

ଭରସା ନାହିଁ ମୋ ସାମର୍ଥ୍ୟ କୁ ନେଇ।

ଆଜି କାହିଁ ଫୋନ୍ ବାଜିଲାନି?

କମ୍ପାନୀ ଆଉ ମନ ପକାଉନି ଫୋନ୍ ରିଚାର୍ଜ୍ କରିବାକୁ,

ସାଙ୍ଗମାନେ ନାଁ ମୋର ଭୁଲିଗଲେ ବୋଧେ,

ଆଲାର୍ମ ଆଉ ଦେବାକୁ ପଡୁନି,

ମନେ ରଖିବାକୁ ପଡୁନି କାହାର ଜନ୍ମଦିନ,

ବିବାହ ବାର୍ଷିକୀ କିମ୍ବା କୌଣସି ପର୍ବ ପର୍ବାଣୀ ।

ଲୋକମାନେ ଭୁଲିଗଲେ ବୋଧେ,

ମୁଁ ବଞ୍ଚିବା ଶିଖି ଯାଇଛି।

ଆଜି କାହିଁ ଫୋନ୍ ବାଜିଲାନି?

କେହି ପଚାରିଲେନି ଅଫିସ୍ ରୁ ଆସିଲୁ କେତେବେଳେ?

ଖାଇଚୁ କଣ?

ଝିଅ କଣ କରୁଛି?

ଦେହ କେମିତି ଅଛି?

ମନ ଭଲ ଅଛି ତ?

ଆଜି କାହିଁ କାହାର ଆପତ୍ତି ଆଉ ଅଭିଯୋଗ ନାହିଁ।

ଆଜି କାହିଁ ଫୋନ୍ ବାଜିଲାନି?

କେହି କହିଲେନି ଉଧାର ଫେରେଇବୁ କେବେ?

କେହି କହିଲେନି ନିଦ ହଉଚି କି ନାହିଁ?

ପ୍ରଶ୍ନ ନାହିଁ କାହାର ମୋ ଅତୀତ କୁ ନେଇ,

ସ୍ଵପ୍ନ ନାହିଁ କାହାର ମୋ ଭବିଷ୍ୟତ ପାଇଁ,

ଅଭିଳାଷ ନାହିଁ ମୋ ଭଲପାଇବାକୁ ନେଇ,

ଭରସା ନାହିଁ ମୋ ସାମର୍ଥ୍ୟ କୁ ନେଇ।

ଆଜି କାହିଁ ଫୋନ୍ ବାଜିଲାନି?

କମ୍ପାନୀ ଆଉ ମନ ପକାଉନି ଫୋନ୍ ରିଚାର୍ଜ୍ କରିବାକୁ,

ସାଙ୍ଗମାନେ ନାଁ ମୋର ଭୁଲିଗଲେ ବୋଧେ,

ଆଲାର୍ମ ଆଉ ଦେବାକୁ ପଡୁନି,

ମନେ ରଖିବାକୁ ପଡୁନି କାହାର ଜନ୍ମଦିନ,

 ବିବାହ ବାର୍ଷିକୀ କିମ୍ବା କୌଣସି ପର୍ବ ପର୍ବାଣୀ ।

ଲୋକମାନେ ଭୁଲିଗଲେ ବୋଧେ,

ମୁଁ ବଞ୍ଚିବା ଶିଖି ଯାଇଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy