STORYMIRROR

Parthasarathi Parida

Romance

3  

Parthasarathi Parida

Romance

ମୁଁ ଓ ପ୍ରଚ୍ଛାୟା

ମୁଁ ଓ ପ୍ରଚ୍ଛାୟା

1 min
256


ମୁଁ ଗୋଟାଏ ପ୍ରତିଧ୍ଵନିତ ହେଉ ନଥିବା ଶବ୍ଦ।

ଟିକେ ଅହଂକାରୀ ଆଉ ପ୍ରଚୁର ସ୍ୱାର୍ଥପର।

ମତେ ମୋ ଭିତରେ ଜଳିବାକୁ ଦିଅ,

ଟିକେ ଭିଜି ଭିଜି ଜଳିବାକୁ ଦିଅ,

ପ୍ରେମ ଆଉ ପ୍ରତାରଣାର ଦୋଛକିରେ ବାଟବଣା ହୋଇ

ସ୍ବପ୍ନ ଦେଖିବାକୁ ଦିଅ।

ସ୍ଵପ୍ନରେ ରଙ୍ଗୀନ ପ୍ରଜାପତି ଟିଏ ହୋଇ ଉଡିବାକୁ ଦିଅ।

ଏ ଫୁଲରୁ ସେ ଫୁଲକୁ ଉଡ଼ି ପରାଗ ସଙ୍ଗମ କରିବାକୁ ଦିଅ।

ସମୟର ସିଉଳିରେ ପାଦ ଖସାଇବାକୁ ଦିଅ।

ଅନାହତ ସ୍ଵପ୍ନସବୁ ଫେରିଗଲା ପରେ

"ପ୍ରଛାୟା" ଅନୁଧାବନ କରିବା ତ ମୋ ଧର୍ମ।

ତମର ପ୍ରତିଟି ମୁହୂର୍ତ୍ତକୁ ସାଉଁଟବା ପାଇଁ,

ମିଛ ସତ ର ତରାଜୁରେ ତଉଳିବା ପାଇଁ,

ପ୍ରେମ ଆଉ ପ୍ରତାରଣାର ମୁକାସାକ୍ଷୀ ହୋଇ,

ତମ ସହିତ ରହିବା ତ ମୋର କର୍ମ।

ମତେ ବାନ୍ଧିବାକୁ ଚେଷ୍ଟା କରିବନି,

ଜୀବନ ଆଉ ଯନ୍ତ୍ରଣାରେ ସ୍ଥାନ ଦେବନି,

ମୁଁ ଅବିନାଶୀ ଆଉ ନଶ୍ୱର।

ଏହାହିଁ ମୋର ଏକମାତ୍ର ଅହଂକାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance