STORYMIRROR

Sikha Mandal

Abstract

3  

Sikha Mandal

Abstract

ଫେରିଆସ ମୋ ପାଖକୁ

ଫେରିଆସ ମୋ ପାଖକୁ

1 min
219

ଯାହାକୁ ଆମେ କହୁ ଦୁଃଖ

       ସେ ହେଉଛି ଆମରି ସାଙ୍ଗ

ହେ! ମୋର ପ୍ରିୟ ବନ୍ଧୁ

       କେଉଁଠି ଅଛ ତୁମେ

ଫେରିଆସ ମୋ ପାଖକୁ

        ଚାହେଁ ଏହି ହୃଦୟ ମନେ

ତୁମର ମିଠା କଥା ଓ ମିଠା ବାଣୀ

         କାହିଁ କେବେଠାରୁ ଭୁଲିଗଲେଣି

ବହୁତ ମନେ ପକାଉଛନ୍ତି

         ମୋର ଏହି ମନ ପ୍ରାଣେ

ଫେରିଆସ ମୋ ପାଖକୁ

         ଚାହେଁ ଏହି ହୃଦୟ ମନେ

ତୁମକୁ କହିଛି,

         ମୋର ଦୁଃଖ ଜୀବନ

ତୁମେ ତ କହିଥିଲ

          ଦେବ ମୋତେ ଆଶ୍ବସ୍ତ

ତୁମେ ନ ଥିଲେ ପାଖେ

          ସବୁ ଲାଗେ ନିରୁପାୟ

ତୁମର ହେବା ଦୂର

          ସହିପାରିଲା ନାହିଁ ଏହି ହୃଦୟ

ଆମ ଦୁହିଁଙ୍କର ପିଲାବେଳ

          ଫେରେଇ ଆଣିଛି ଆମ୍ବବଉଳ

ଯେଉଁଠାରେ ଅଛ ତୁମେ

           କେବେ କ'ଣ ପଡେନାହିଁ ମୋର ମନେ

ଫେରିଆସ ମୋ ପାଖକୁ

            ଚାହେଁ ଏହି ହୃଦୟ ମନେ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract