ଜାଣେ କିଏ?
ଜାଣେ କିଏ?
ବଣ ଜଳିଗଲେ ସମସ୍ତେ ଜାଣନ୍ତି,
ମନ ଜାଳିଲେ ଜାଣେ କିଏ ?
ତୀର୍ଥ କରିଥିବା କଥା ସମସ୍ତେ କହନ୍ତି,
ପାପ କରିଥିବା କଥା କୁହେ କିଏ ?
ବିପତ୍ତିରେ ସମବେଦନା ସମସ୍ତେ ଜାଣନ୍ତି,
ହେଲେ ସାହାଯ୍ୟ କରେ କିଏ ?
ସୁଖର ସାଥୀ ସମସ୍ତେ ହୁଅନ୍ତି,
ହେଲେ ସୁଖର ସାଥୀ ହୁଏ କିଏ ?
ଓଠର ହସକୁ ସମସ୍ତେ ଦେଖନ୍ତି,
ହୃଦୟର କୋହକୁ ବୁଝେ କିଏ ?
