ଗୁରୁ ବିନା ଅନ୍ଧାର ଆମ ଦୁନିଆ
ଗୁରୁ ବିନା ଅନ୍ଧାର ଆମ ଦୁନିଆ
ଗୁରୁ ବିନା ଅନ୍ଧାର ଆମ ଦୁନିଆ
ଆଲୋକ ଜ୍ୟୋତି କରନ୍ତି କିମିଆ
ମଙ୍ଗଳ ମୁରତି ମଙ୍ଗଳ କରନ୍ତି
ଜଳlନ୍ତି ମନରେ ଜ୍ଞାନର ନିଆଁ ।
ଗୁରୁ ତୁମେ ବ୍ରମଃ ବିଷ୍ଣୁ ମହେଶ୍ୱର
ରଖିଥା ସଦା ଆଶିଷ ତୁମର
ଅନ୍ୟାୟ ନାଶକ ଜ୍ଞାନର ଆଲୋକ
ତୁମେହିଁ ଆମର ଶୁଭଚିନ୍ତକ
ଭାଗ୍ୟ ଥିଲେ ମିଳେ ତୁମ ପାଦ ଛୁଆ
ଗୁରୁ ବିନା ଅନ୍ଧାର ଆମ ଦୁନିଆ ।
ଭଲ ମନ୍ଦର ଫରକ ସିଖାଏ
ଆଲୋକ ହୋଇଣ ପଥ ଦେଖାଏ
ଆମେ ପଥିକ ତୁମେ ନିର୍ଦେଶକ
ଯୁଗ ଯୁଗର ଗୁରୁ ଶିଷ୍ୟ ସମ୍ପର୍କ
ଜଳାଇ ମନରେ ଜ୍ଞାନର ନିଆଁ
ଗୁରୁ ବିନା ଅନ୍ଧାର ଆମ ଦୁନିଆ ।
ଆହେ ଗୁରୁଦେବ ଦିବ୍ୟ ତୁମ ବାଣୀ
ତୁମ ଚରଣରେ ଅଛି ସଦା ରୁଣୀ
ତୁମେ ଭଗବାନ ଦେଇଛ ଜ୍ଞାନ
ହେଇଗଲା ଧନ୍ୟ ମୋର ଏ ଜୀବନ
ଜୀବନରେ ଆସ ଦେବଦୂତ ସାଜି
ଜ୍ଞାନର ଜଳରେ ଯାଏ ଦେହ ଭିଜି ।
ଅନ୍ୟାୟ ଅନ୍ଧକାର ଜ୍ଞାନର ଜ୍ୟୋତି
ତୁମ ଆଶୀର୍ବାଦ ମୋ ପାଇଁ ସମ୍ପତି
ମାତା ଗୁରୁ ପିତା ଗୁରୁ ଗୁରୁ ଆତ୍ମା
ଭରିଅଛ ମନରେ କରୁଣ କଷଣ
ଶିକ୍ଷା ଦାତା ଦୀକ୍ଷା ଦାତା ଗୁରୁଦେବ
ସଫଳତା ତୁମବିନା ଅସମ୍ଭବ ।
