STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ବର୍ଷା ଭିଜା ସ୍ମୃତି

ବର୍ଷା ଭିଜା ସ୍ମୃତି

1 min
163

ଉତୁରି ଆସେ ଭାବପ୍ରବଣତାର ଉଷ୍ମ ଅଶ୍ରୁଧାରା

ସମ୍ବେଦନଶୀଳ ରୁକ୍ଷ ଚଟାଣରୁ,

ରୋମାଞ୍ଚିତ ହୁଏ ଧୂସର ଅଙ୍ଗବଲ୍ଲରୀ

ତତଲା ଅଭିଯୋଗ ସବୁ ଧୁଆଁ ହୋଇ ଉଡ଼ିଯାନ୍ତି

ପ୍ରତୀକ୍ଷାରେ ପୀଡ଼ିତା ଶଯ୍ୟାରୁ। 


ଏଇ ଏବେ ଏବେ ମରି ଆସୁଥିବା ତୃଷ୍ଣା ସବୁ

ଜୀଇଁ ଉଠନ୍ତି ଇପ୍ସିତ ଆଗନ୍ତୁକର ଶୀତଳ ଛୁଆଁରେ,

କାହିଁ କେତେ କାଳରୁ ବାକି ଥିବା ପ୍ରୀତିର ଭୋକ

ମାନେ ନାହିଁ ବନ୍ଧବାଡ ଲଜ୍ଜ୍ୟା, ଭୟ, ନିନ୍ଦା

ପାତି ଦିଏ ଉଲଙ୍ଗ ଛାତିକୁ ପ୍ରିୟ ସମ୍ମୁଖରେ। 


ପିଇ ଚାଲେ ସେ ଅଯାଚିତ ପ୍ରଣୟର ଧାରା

ସତେ କି ସେ ଥିଲା କେତେ କଳ୍ପର ତୃଷିତା,

ନିଜକୁ ସମର୍ପି ଦେଇ ନୈବେଦ୍ୟ ପରିକା

ଉପଚାର ହୋଇ ନିଜେ ପୂଜା କରି ବସେ

ପୂଜ୍ୟ ତାର ପ୍ରିୟ ପାଶେ ନ ହୋଇ ଶଙ୍କିତା। 


ଏମିତିକା ସ୍ମୃତି ସବୁ ଲେଖି ଦେଇଯାନ୍ତି

ଝର ଝର ସୁଲଳିତ ଶାଶ୍ଵତ କବିତା,

ଅବ୍ୟକ୍ତ ଭାଵନା ସବୁ ଅଙ୍କୁରିତ ହୋଇ

ଖେଳି ଯାନ୍ତି ଉଲ୍ଲାସରେ ଶବ୍ଦରେ ଶବ୍ଦରେ

ବେଳ ଦେଖି ମୁହୂର୍ତ୍ତ ମାନେ ଅବିଳମ୍ବେ ହୋନ୍ତି ପରିଣିତା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract