Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract

3  

kahnu charan sahu

Abstract

ମାଆ

ମାଆ

1 min
220


 


ମାଆ,

ଗଙ୍ଗା ଠୁ ପବିତ୍ର ତୁ ଯେ

ଆକାଶଠୁ ବିଶାଳ ତୋ ବକ୍ଷ

ସହିପାରୁ ଅକଥନୀୟ ଯନ୍ତ୍ରଣା 

ହେଲେ ପାରୁନି ଜମାରୁ ସହି

ପୁଅ ଝିଅ ବେଦନା ।


ମାଆ,

ସ୍ନେହମୟୀ, ମମତାମୟୀ ତୁ ଯେ

ସାଗରଠୁ ଗଭୀର ତୋ

ସ୍ନେହ, ପ୍ରେମ, ଆଦର

ତୋ ପଣତ କାନିରେ ହଜିଯାଏ

ଦୁଃଖ ବିଶାଳ ଦୁନିଆର ।


ମାଆ,

ମଣିଷ ରୂପେ ସାକ୍ଷାତ ଈଶ୍ୱରୀ ତୁ ଯେ

କହିବା ଆଗରୁ ମୁହଁ ଦେଖି 

ବୁଝିବାରୁ ମନର ଗୋ ବ୍ୟଥା

ସନ୍ତାନର ଚଲାପଥ କୁସୁମିତ କରେ

ତୋ ଓଠରୁ ଝରୁଥିବା ମିଠା ମିଠା କଥା ।



Rate this content
Log in