ଯାଉ ଏ ଜଗତ ପୋଛି
ଯାଉ ଏ ଜଗତ ପୋଛି
ଜଗତର ନାଥ ନାମରେ ତୋହର
ଆଜି ଲାଗେ ପ୍ରଶ୍ନବାଚୀ,
ତାଲା ମନ୍ଦିରରେ ଖୋଲା ସ୍ୱର୍ଗଦ୍ୱାର
ଯାଉ ଏ ଜଗତ ପୋଛି ॥
କଳି ଯୁଗର ଏ ମଣିଷ ହେଲେ ବି
କାଠ ପଥରକୁ ପୂଜେ,
ଜ୍ଞାନ, ଦୟା, ଧର୍ମ ଉଚିତ କର୍ମକୁ
ଉଣା ଅଧିକରେ ବୁଝେ ॥
ସୁଖେ ଦୁଃଖେ ଅବା ପୂଜା ପରବରେ
ନିତି ହରିନାମ ଗାଏ,
ସ୍ୱାର୍ଥର ସଂସାରେ ଉବୁଡୁବୁ ସିନା
ବ୍ରତ ତୀର୍ଥ କରୁଥାଏ॥
ତୋ କରୁଣା ଗାଥା ଗୀତ ଭଜନରେ
ଗାଉଥାଏ ଦୀନ ଜନ,
କେମିତି ସହୁଛ ଭକ୍ତର ବିଳାପ
ତରଳୁନି ତୁମ ମନ ॥
