STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ପାପ

ପାପ

1 min
182

ବୟସର ଅପରାହ୍ନେ ବସି ଭାବେ

କି କରିଛି ମନେ ମନେ,

କି ଲାଭ ହେଲା ମୁଁ ଅର୍ଜିଲି ଯେତେକ 

ପାପ ମୋର ଏ ଜୀବନେ।


କ୍ଷଣିକ ଉଶ୍ୱାସ ପାଇଁ ଭାଙ୍ଗି ଥିଲି 

କେତେ ବିଶ୍ଵାସର ନୀଡ଼,

କିଏ ଜାଣିଥିଲା ସମୟ ଚକରେ 

ଭାଙ୍ଗି ଯିବ ମୋର ଗଡ଼। 


ଧାଇଁ ଥିଲି ଦୃତେ ଆସକ୍ତ ହୋଇ ମୁଁ

ଯେଉଁ ମରୀଚିକା ପଛେ,

ଆଜି ମରୁ ସମ ଜାଳିଦିଏ ମୋତେ

ତୀବ୍ର ତାର ତପ୍ତ ଆଞ୍ଚେ। 


ବୁଦ୍ଧି ବିବେକକୁ ବାଟରେ ହଜାଇ 

କରିଗଲି ଯେତେ କର୍ମ,

ପଛକୁ ଚାହେଁ ତ ଥିଲା ଯେତେ ସବୁ 

ନାମ ତାର ଅଧର୍ମ। 


ଜୀବନ ଯୌବନ ପୋଡ଼ି ଗଲା ତୁଛା 

ଦମ୍ଭ ଆଉ ଅହଙ୍କାରେ,

ବଳକା ଅଛି ଯା ମେଞ୍ଚେ ହତାଶାରୁ 

ଏଇ ମୋର ହୃଦୟରେ। 


କୂଟନୀତି ଯେତେ ପରାଭବ ହେଲା 

ନିୟତିର କାରାଗାରେ

ଶୂନ୍ୟ ଥିଲି ଏବେ ଶୂନ୍ୟ ହୋଇ ଆଜି 

ବସିଛି ମୁଁ ମୃତ୍ୟୁ ଦ୍ୱାରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract