STORYMIRROR

Lopamudra Parida

Abstract Inspirational

3  

Lopamudra Parida

Abstract Inspirational

ଆକୃତି

ଆକୃତି

1 min
168

ଶାଗୁଆ ରଙ୍ଗଦିଆ କାନ୍ଥ ଯାକରୁ

ଖସି ପଡିଲେଣି ଚୂନ ....

କାନ୍ଥ ସାରା ଆକୃତିର ମେଳ.....

କେତେ ଭଙ୍ଗିରେ ଦାନ୍ତ ନିକୁଟେ ଜୀବନ।।

କପାଟଟା ତିଆରି ହେଇଥିଲା ଶାଳ କାଠରେ

ଆଜି ଉଇଙ୍କ ଘର....

ଝରି ପଡୁଛି ସ୍ବପ୍ନିଳ ଜହ୍ନକୁ

କେବେ ଦିନେ ହାତ ଠାରୁଥିବା

ବାତାୟନ ....

ପାଣି ଖାଇ

ଖୋସା ଖୋସା ଖୋଳପା।।

"ମେଘର ଅଦଉତି" ବୋଲି ଖୁଣ କାଢ ଯେ!

ଦୋଷ କିନ୍ତୁ କାହାର ନୁହେଁ।।

କିଛି କାକୁସ୍ଥତାର ଆଘାତ

କିଛି ପରିସ୍ଥିତିର ଶୁଳିଆ ଶର,

କିଛି ଶରବ୍ୟ

ଘିରିଘିରି ବୁଲୁଥିବା ବାଇଆ ସମୟର

ଅନାହୁତ ପାଦ ଧ୍ଵନୀ ।।

ସିଏ ତ ତିନିଟା କଣ୍ଟାସହ

ଗୋଟେ

ଗୋଲେଇର ଚଉହଦିରେ ବନ୍ଦୀ

ତାର ବା ଦୋଷ କୋଉଠି?

ସିଏ ବା କେମିତି ଜାଣନ୍ତା

ମୁକ୍ତି କାହାକୁ କହନ୍ତି!

ଖସିଯାଉ ତେଣେ

ଶାଗୁଆ କାନ୍ଥର ମୁହଁଚମ ,

କାନ୍ଥ ଯାକ ତ ଜଳଜଳ ଚାହିଁଥାନ୍ତି

ଅସରନ୍ତି ସାଇତା ଛବି ।।

ସେଇଥିରୁ ସାଉଁଟା ଜୀବନ

ଗଳିପଶି ହସିଦବନି କି !

ଜଗିଥାଅ ..... ।।


Rate this content
Log in

Similar oriya poem from Abstract