STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ପାଣି ଫୋଟକା

ପାଣି ଫୋଟକା

1 min
158

ସେ ପାଣି ଫୋଟକା ଭଳି ବୁନ୍ଦାଏ ସମୟ

ତଥାପି ତା ଭିତରେ ଖୁନ୍ଦା ହୋଇ ଥାଏ

ଅସରନ୍ତି ଜୀବନ ଯୌବନ

ଓ ହୃଦଭରା ଆଶା ଈର୍ଷା ବର୍ଷା

ଭାରି ଭାରି ଅହଙ୍କାର ଓ ପ୍ରଳୟ ସମ୍ଭାର

ଗୋଟିଏ ଶବ୍ଦରେ କହିବାକୁ ଗଲେ

ଅସଂଖ୍ୟ ବ୍ରହ୍ମାଣ୍ଡ ଓ ଅଗଣିତ ଚିପୁଡ଼ା ସଂସାର

ସମାହିତ ସେଇ ଏକ ବୁନ୍ଦାଏ ପାଣିରେ। 


ସେ ଏକ ସମ୍ମୋହନଟିଏ

ପୁଣି କେବେ ପ୍ରଗଲ୍ଭ ଚେତନା,

ତା ପାଇଁ ରଚା ଯାଏ ଅନେକ ସ୍ୱପ୍ନର କୋଣାର୍କ

ଓ କୁଟ ଭରା ଅସଂଖ୍ୟ ଯୋଜନା। 


ସେଇ ସଂକ୍ଷିପ୍ତ ଆୟୁଷ ଭିତରେ ବି

ଲେଖି ହୋଇ ଯାଏ କେତେ ମହାକାବ୍ୟ,

ଆଖି ପଲକରେ ବି ଘଟିଯାଏ

ଅନେକ ଘଟଣା କିଛି ଭବ୍ୟ କିଛି ଭବିତବ୍ୟ। 


ଅନେକ ଫୋଟକା ଫାଟେ 

ଦେଖୁ ଦେଖୁ ମନ ଓଳି ତଳେ,

ତଥାପି ସାଇତି ରଖେ ସେ ମୁହୂର୍ତ୍ତ ମାନଙ୍କୁ

କଳେ ବଳେ କୌଶଳେ ମୋ ସ୍ମୃତି ଅନ୍ତରାଳେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract