STORYMIRROR

Kalpana Kumari Pradhan

Romance

3  

Kalpana Kumari Pradhan

Romance

ପ୍ରେମର ଭାଷା

ପ୍ରେମର ଭାଷା

1 min
166

ପ୍ରେମର ଭାଷା କେଡେ ଯେ ଗହନ

    ବୁଝିଥାଏ ସେଇ ଜନ

ପ୍ରିତୀ ଉପଵନେ ହଜାଏ ଯିଏ 

   ତାହାରି ଅମାନିଆ ମନ l

ପ୍ରେମ ଭାଷା ପ୍ରଥମେ ସ୍ପରେନା

   ଓଠ ନୀରବି ରୁହେ 

ନୟନେ ନୟନେ ହୃଦୟ ଭାଷା

   କେଡେ ରଙ୍ଗେ କହେ l

ହତଭାଗ୍ୟ କେ ନ ବୁଝିଲେ

  ଭାଷା ନିରବ  ଓଠର 

ନୟନୁ ବାରି ଝରି ଯାଏନା

  ହୃଦୟରୁ ବହେ ରୁଧିର l

ପ୍ରେମ ଭାଷା ପଢିଦିଏ ଯିଏ

   ପୀରତି ପରସ ଲଭେ

ଉଛୁଳା ମନଟା ଚାନ୍ଦିନୀ ପରି

   ଶୀତଳତା ପ୍ରାଣେ ଲଭେ l

    


Rate this content
Log in

Similar oriya poem from Romance