STORYMIRROR

Satchidananda Bastia

Romance

3  

Satchidananda Bastia

Romance

ହୃଦୟ କି ଭୁଲେ ପ୍ରୀତି

ହୃଦୟ କି ଭୁଲେ ପ୍ରୀତି

1 min
183

ସୁଗନ୍ଧିତ ପୁଷ୍ପ ଭୁଲି କିବା ଯାଏ,

ବାଣ୍ଟିବାକୁ ତା ମହକ।

ହିଲ୍ଲୋଳ କି କେବେ ଭୁଲିପାରେ କୁହ,

ବେଳାଭୂମିର ପୁଲକ।

ତାରକା କି କେବେ ଭୁଲିପାରେ ତା'ର,

ଛଳଛଳ ଉଲ୍ଲାସକୁ।

ଚନ୍ଦ୍ରମା କି କେବେ ଭୁଲି ଯାଇପାରେ,

ମନଖୋଲା ହସିବାକୁ।

କୋଇଲି କି କେବେ ଭୁଲଇ ବସନ୍ତ, 

ଫଗୁଣ କି ଭୁଲେ ରଙ୍ଗ। 

ଝରଣା କି କେବେ ଭୁଲଇ ସରିତ,

ବୃକ୍ଷ ଭୁଲେ କି ବିହଙ୍ଗ। 

ତନ୍ମୟୀ ତଟିନୀ ଭୁଲଇ କି କେବେ,

ସାଗରର ଆଶ୍ଳେଷକୁ।

ବରଷା ଧାରା କି ଭୁଲିଯାଏ କେବେ,

ଧରା ଓଠ ଚୁମିବାକୁ। 

କବି କି ଭୁଲଇ କବିତାର ପ୍ରୀତି,

ଭକ୍ତକୁ କି ଭଗବାନ। 

ରଜନୀ କି କେବେ ଭୁଲେ ଅନ୍ଧକାର, 

ମୃତ୍ଯୁ କି ଭୁଲେ ଜୀବନ। 

ସୂରୁଜ କି କେବେ ଭୁଲଇ ପଙ୍କଜ,

ଚାନ୍ଦ କି ଭୁଲେ କୁମୁଦ। 

ମଧୁପ କି କେବେ ଭୁଲେ ମକରନ୍ଦ, 

ବର୍ଷା କି ଭୁଲେ ବାରିଦ। 

ଅନଳ କି କେବେ ଭୁଲଇ ଉତ୍ତାପ, 

ସୂର୍ଯ୍ଯାଂଶୁ କି ଭୁଲେ ଦୀପ୍ତି।

ତୁଷାର କି କେବେ ଭୁଲେ ଶୀତଳତା,

ମହାତ୍ମା କି ଭୁଲେ ସୂକ୍ତି। 

ଲୋତକ କି ଭୁଲେ ନିରାଶ ନୟନ, 

ଓଠକୁ ଭୁଲେ କି ହସ।

ଚାତକ କି କେବେ ଭୁଲଇ ଜଳଦ,

ସରସୀ ଭୁଲେ ସାରସ।

ଚାନ୍ଦକୁ କି କେବେ ଭୁଲଇ ଚକୋର,

ମୁକ୍ତା କି ଭୁଲେ ଶାମୁକା।

ସୁବର୍ଣ୍ଣ କି କେବେ ଭୁଲେ ତା ଚମକ,

ଚନ୍ଦ୍ର କି ଭୁଲେ ଚନ୍ଦ୍ରିକା।

ନର୍ତ୍ତକୀ ଭୁଲେ କି ନର୍ତ୍ତନର ଛନ୍ଦ,

ଗାୟକ ଭୁଲେ କି ଗୀତି।

ସମ୍ପର୍କ ଭୁଲେ କି ତ୍ଯାଗ ଓ ବିଶ୍ବାସ, 

ହୃଦୟ କି ଭୁଲେ ପ୍ରୀତି।

  



Rate this content
Log in

Similar oriya poem from Romance