ପ୍ରେମ
ପ୍ରେମ
ତୋର ପ୍ରତିଟିକଥାକୁ ମୁଁ ପ୍ରେମ କରେ
ତୋର ପ୍ରତି ଅନୁଭୂତିକୁ ମୁଁ ପ୍ରେମ କରେ
ତୁ ମୋ ପାଖରେ ନାହିଁ ତଥାପି
ତୋ ସ୍ମୃତିକୁ ମୁଁ ପ୍ରେମ କରେ
ମୁଁ କେମିତି ତୋତେ ଭୂଲିବି
ମୁଁ ତୋର ପ୍ରତିଟି ହାବାଭାବକୁ ପ୍ରେମ କରେ
ମୁଁ ସେହି କ୍ଷଣ ମାନଂକୁ ପ୍ରେମ କରେ
ଯେଉଁଥରେ ଅଛି କେବଳ ତୋ ଓ ମୋ କଥା
ମୁଁ ସେହି କଥା ମାନଂକୁ ପ୍ରେମ କରେ
ତୋ ସହ ମିଳନ ତ ଏକ ସ୍ୱପ୍ନ
ତୋ ଅପେକ୍ଷା କୁ ମୁଁ ପ୍ରେମ କରେ ।
‘ମୁଁ” ‘ମୁଁ” ନୁହେ ତ କଣ ହେଲା
‘ତୁ’ ‘ତୁ’ ନୋହୁଁ ତ କଣ ହେଲା
ମୁଁ ଯଦି ବିଦାୟୀ ସୂର୍ଯ୍ୟ- ତୁ ଝରାଶେଫାଳୀ
ମୁଁ ଅମାବାସ୍ୟାର ଚଂଦ୍ର- ତୁ ରାତି ସାରା ଖରା
ମୁଁ ଶିଳାପଦ୍ମ କୋଣାର୍କ- ତୁ ମିଳନର ଝାଉଁ ବଣ
ମୁଁ ଲୋହିତ ମଂଗଳ- ତୁ ପ୍ରଭାତୀ ତାରା
ମୁଁ ପରାଜିତ ପ୍ରଜାପତି- ତୁ ନିଷ୍ଠାପ ଫୁଲ
ମୁଁ ପୁଷ୍ପଜା ପ୍ରେମିକ- ତୁ ମୋହିନୀ ମୌସୁମୀ
ମୁଁ ପରକ୍ରିୟା ପ୍ରତିଲିପ୍ତ ପୁରଷ- ତୁ ମୋ ମନର ଚଢେଇ ତୁ ସୀମା ସେ ପାର ସ୍ତ୍ରୀ ।