STORYMIRROR

Nirupama Tarai

Abstract Romance Classics

3  

Nirupama Tarai

Abstract Romance Classics

ପରିବାର

ପରିବାର

1 min
161

ଚାରୋଟି ଅକ୍ଷର ନାମ ତାହାର

ସମାଜକୁ କରେ ସରସ ସୁନ୍ଦର

ଜୀବନରେ ଭରି ଦିଏ ଅବିର

ହୃଦୟକୁ କରେ ଦୃଢ଼ ଗଭୀର।


ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ

ଅଟ୍ଟାଳିକା ପରି ବୃହତ୍ ଘର

ରକ୍ତ ସମ୍ପର୍କ ରେ ଉଠେ ଯେ ଗଢି

ପରସ୍ପର ମଧ୍ୟରେ ରହେ ଆଦର।


ଉତ୍ତମ ମନୁଷ୍ୟ ଗଢାଏ ପୁଣି

ସମସ୍ତେ ମିଳିମିଶି ଚଳନ୍ତି

ବଡ ପରିବାର ଜନଗହଳି

ଛୋଟ ପରିବାର ଶାନ୍ତି ସରଳ।


ଏହି ଠାରୁ ପାଏ ସେନେହ ଆଦର

କେତେ ଲୋକ ର ଭଲ ଗୁଣ

ସମସ୍ତେ ମିଶି ପର୍ବ ପାଳନ କରି,

କେହି ନ କରନ୍ତି ହେଳା କୁ ଧରି

ପରିବାର କୁ କଲେ ସୁନ୍ଦର

ଗଢ଼ିବା ପାରିବ ଗୃହ ସୁନ୍ଦର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract