ମମତା ମରେନା ବୋଲି
ମମତା ମରେନା ବୋଲି
କହି ବି ନଥିଲ ତୁମେ ଲେଉଟିବ କେବେ ବୋଲି
ତେବେ'ଠୁଁ ବସି ରହିଛି ତଥାପି କବାଟ ଖୋଲି ।।
ଖୋଜା ଆଖି ଦେଖୁଥିଲା ସଡ଼କ ସରିବା ଯାଏ
ସଡ଼କ ସରକି ଗଲା ଆଖିର ଇଲାକା ଠେଲି ।।
ଶେଷ ମୋଡ଼ ପଛପାଖୁ ଝାପସା ଝାପସା କିଛି
କେବେକେବେ ଦିଶିଯାଏ ଆଖିର ଅନିଶା ବୋଲି ।।
ଡାକିଆ ବି ଫେରିଯାଏ ମୋ ଦୁଆର ପାଖ ଦେଇ
ନିଇତି ମୁଁ ଭାବୁଥାଏ ଆଜି ଅଟକିବ ବୋଲି ।।
ଆଶା ନିଶା ଭରସାର ସାର କେବେ ସରେନାହିଁ
ମନ ମାନିଯାଏ ଖାଲି ମମତା ମରେନା ବୋଲି।।