ବିଶ୍ୱ ସ୍ମିତହାସ୍ୟ ଦିବସ
ବିଶ୍ୱ ସ୍ମିତହାସ୍ୟ ଦିବସ
ଦୁଃଖ ଆସିବ କେତେବେଳେ, ସେ
କଥାକୁ କିଏ ଜାଣିଅଛି
ଦୁଃଖ ସମୟ ସରି ଗଲା ପରେ ତ
ସୁଖର ସପନ ଦେଖୁଛି |୧|
ସମୟ ତ ଅଟଇ ବଳବାନ ତଥାପି
ଗଢିଥାଉ ତ ସପନ
ସେ ମଣିଷ ହୋଇଥାଇ ପାରେ ଗରିବ
ଅବା ଧନବାନ |୨|
ପ୍ରତ୍ୟେକ ମନୁଷ୍ୟ ଭିତରେ ଲୁଚି ରହି
ଅଛି ଏକ ସ୍ୱାଭିମାନ
ସେ ସ୍ୱାଭିମାନ ହରାଇଲେ ମଣିଷ ପରା
ସାଜେ ଏକ ସଇତାନ |୩|
ସଫା ଚାନ୍ଦିନୀ ଆଲୋକରେ, ଏକ
ସୁନାରୂପୀ ନନ୍ଦିନୀର
ସୁନ୍ଦର ଲାଗେ ତା ରୂପ ଛାଇ ଆଲୁଅ
ର ରୋଷଣୀ ଭିତର |୪|
ମିଠା ମିଠା ସ୍ପର୍ଶେ ପ୍ରୀତି ରସାମୃତ
ଟିକେ ଚଖେଇବା ମନ
ଚାହିଁଥାଏ କିଏ କାନେ କହିବ ତା'
ହୃଦ ସାଇତା ଭାଷା ଜାଣ |୫|
କେଉଁ ପକ୍ଷୀ ଉଡେ କେତେ ଦୂର, ତାହା
ତ ଅନ୍ତର୍ନୀହିତ ଗୁଣ
ହୁଅ ତୁମେ ଯେତେ ଚାଲାକ, ସେ ପ୍ରତିଭା
ଅଗୋଚର ଜାଣ |୬|
ଭରିଥାଏ ସ୍ୱାଭିମାନ ଯାର, ରହେ ସଂସ୍କାର
ଲଜ୍ଜ୍ୟା ଶାଳୀନତା
ତା ଆଚାର ହୁଏ ଶାଣିତ, ତା ବ୍ୟବହାରରେ
ମିଳେ ମାଦକତା |୭|
ସମୟ କେବେ ବଦଳି ଯାଏନା, ବଦଳି
ଥାଏ ଖାଲି ମାନସିକତା
ହେଉ ସମ୍ଭ୍ରାନ୍ତ ଅବା ଗରିବ ସଂସ୍କୃତି ତା
ଶିଖାଏ ହସ ଉଦ୍ଦାମତା |୮|
ସ୍ୱାଭିମାନକୁ ବିକ୍ରି ପରେ, ହେଉ ପୁରୁଣା
ଅବା ଆଧୁନିକ ମଣିଷ
ନରହେ ଆଉ ତା ପାଖରେ ଆଉ ସେ
ବିବେକାନୁମୋଦିତ ହସ |୯|
ଅତି ଲୋଭୀ ସ୍ୱାର୍ଥପର ମଣିଷର ବଦଳି
ଯାଏ ସରବ ବ୍ୟବହାର
ଅନୁଭବର ଶିହରଣ, କଳ୍ପନାର ଜାଗରଣ,
ଠାଣି ଦର୍ପଣ ଆଗର |୧୦|
ପ୍ରିୟା ପାଇଁ ପ୍ରୀତିର ନଉକା ମେଲିବ କି
ଯୌତୁକଲୋଭୀ ମଣିଷ
ପ୍ରେମର ଆହୁଲାରେ ଭରି ଦେବ କି ପ୍ରିୟା
ର ନରମ ଓଠରେ ହସ |୧୧|
ଭଲ ପାଉଥିବା କୋମଳ ହୃଦୟର ମଣିଷ
ଏ ସୃଷ୍ଟିରେ ବଞ୍ଚିଛନ୍ତି,
ସମାଜକୁ ପ୍ରେମ କରୁଥିବା ଉଜ୍ଜୀବିତ ଜୀବନ
ଏ ସୃଷ୍ଟିରେ ଅଛନ୍ତି |୧୨|
ଜନମି ଏଇ ବିଶ୍ୱରେ, ବାତ୍ସଲ୍ୟ ଵି ପାଇ
ଗୁଣ ବୁଦ୍ଧିକୁ କିଛି ଭୁଲନ୍ତି,
ନିଜ ଆତ୍ମତୃପ୍ତି, ନାଆଁ କମାଇବା, ଅର୍ଥ
ରୋଜଗାର ପାଇଁ ବଞ୍ଚନ୍ତି |୧୩|
ହସରେ ଫୁଟଇ ଜୁଇ ଯାଇ ହେନା ଓ
ଫେରି ଆସଇ ମଧୁମାସ,
ନରହି ଅବଶୋଷ, ଅନାବିଳ ସ୍ନେହେ
ଶାନ୍ତି ମୈତ୍ରୀର ହୁଏ ବାସ |୧୪|
ଯେବେ ମନରେ ଆଲୋଡନ ହୁଏ ହିଂସା,
ଶୋଷଣ ପ୍ରତାରଣାର ବେଳ
ସମାଜ ଭିତରେ ସୁଖ ଧ୍ୱଂସ ହୋଇ ଚାଲେ
ଦୁଃଖ ଓ ଅଶାନ୍ତିର ରୋଳ |୧୫|
ଯେତେ ଅହମିକାଗଣ ଦୂର ହୋଇଯାଅ,
ଆଜି ବିଶ୍ୱ ସ୍ମିତହାସ୍ୟ ଦିବସ
ସରବଙ୍କ ହାଲୁକା ହସ ଦିନେ ନା ଦିନେ
ହିଂସାକାରୀଙ୍କୁ କରିବ ବଶ |୧୬|