ଜନ୍ମ ଦିନ
ଜନ୍ମ ଦିନ
ଜନ୍ମ ଦିନ ପାଳିବାରେ କାହିଁକି ଏତେ ଖୁସି ଆମେ ...?
ଭୁଲି ଯାଉ କି
ମୃତ୍ୟୁ ଆଡ଼କୁ ଆଉ
ଗୋଟିଏ ବର୍ଷ ଆଗେଇ ଯାଉ ....।
ନିଜ ଜୀବନ ର ରେଖା ରୁ
ପୁଣି କମି ଯାଏ ଆଉ
ଏକ ବର୍ଷ ,
ତଥାପି କାହିଁକି ଏତେ ଖୁସି ଆମେ....?
ବର୍ଷ ତମାମ ଆଶା ଥାଏ
ନିଜ ପ୍ରିୟଜନ ଠୁ
କିଛି ଅଭିନନ୍ଦନ
ଆଉ କିଛି ଉପହାର ,
ତା ସହ ନୂଆ ଡ୍ରେସ୍.....।
ପୁଣି ଏବେ ତ
ମିଡ ନାଇଟ ସେଲିବ୍ରେସନ ସହ ,
ଗୋଟେ ଜୋରଦାର ପାର୍ଟି ....।
ଏ ସବୁ ଭିତରେ ଭୁଲି ଯାଉ କି...
ଆମେ ପୁଣି ଆଗେଇଲୁ
ଆଉ ପାଦେ ...
ମୃତ୍ୟୁ ଆଡ଼କୁ ......।
କିଛି ଜଣ ତ
ଖାଲି ବଢ଼ି ଯାଆନ୍ତି ବୟସ ରେ ,
ନା ଥାଏ ତାଙ୍କ ପାଖେ
ମାନବିକତା ,
ନା ଥାଏ କଥା କହିବାର ସଂସ୍କାର ,
ନା ଟିକିଏ ଭଦ୍ରୋଚିତ ବ୍ୟବହାର ......।
କିନ୍ତୁ ବଢ଼ି ଚାଲନ୍ତି
ଖାଲି ହାଇପେରିନ ଗଛ ପରି .....।
ଆଉ ପ୍ରତି ଜନ୍ମ ଦିନ
ପରେ ....
ଆମେ ବଢ଼ି ଚାଲୁ
ମୁତ୍ର୍ୟୁ ଆଡ଼କୁ ଆଉ ପାଦେ ......।
