STORYMIRROR

Bidyadhar Mantry

Abstract Inspirational Others

3  

Bidyadhar Mantry

Abstract Inspirational Others

ଝଡ ବତାସ ରାତି

ଝଡ ବତାସ ରାତି

1 min
182


ଗାଁ ମୁଣ୍ଡିଆ ରେ ଛୋଟିଆ ଛୋଟିଆ ବଣ ପାହାଡ

ବର୍ଷା ହେଲେ ବଢ଼ି ପାଣି ଗାଁ ଭିତରେ

ସାହି ଭିତରେ ବନ୍ୟାର ଭ୍ରମ

କେବଳ ଜଣଙ୍କର ମାଟି ଟାଇଲ ଘର

ଅନ୍ୟ ଘର ସବୁ ଚାଳ ଛପର

ଝାଟି ମାଟିର କାନ୍ଥ

ଲଗାଣ ବର୍ଷା ହେଲେ ଦୁଃଖ ବଢ଼ିଯାଏ 

କାନ୍ଥ ରୁ ମାଟି ଖସେ,ଘର ଭିତରେ ପାଣି।


ଅବିରାମ, ଅବିରତି ବର୍ଷା ସହ କୋହଲା ପବନ

ଘନ ଘନ ବିଜୁଳି ସହିତ ଘଡଘଡି

ପରିବେଶ ଭୟଙ୍କର,ଘର ଚାଳରୁ ପାଣି

ଘର ସାରା ପାଣି ଆଉ ପାଣି

ଚକା ପକେଇ ବସି ହେଉନି

ନଡ଼ା ଛପର ଭିତରୁ ପାଣି,ଘର ଭିତରେ ପାଣି 

ବାହାରେ କିଟିକିଟି ଅନ୍ଧାର

ମୁହଁ କୁ ମୁହଁ ଦେଖା ଯାଉନାହିଁ।


ରେଡିଓ ରେ ଖବର ଥିଲା,ଭୟଙ୍କର ବାତ୍ୟା

ଅନ୍ଧାର ରାତିରେ କାହାର ଡାକ ପଡ଼ିଛି

ଆସ ,ଏଠିକି ଆସ

ନିଜ ଘର ଛାଡ଼ି ନିରାପଦ ସ୍ଥାନକୁ

ସେଇ ମାଟି ଟାଇଲ୍ ଲଗା ଘରକୁ

ଘର ଖାଲି କରି ସଭିଏଁ ସେଇଠି ରୁଣ୍ଡ।


ବାପା ଘର ଛାଡ଼ି ଯିବାକୁ ନାରାଜ

ସେଇଠି ଥାଇ ଠାକୁରଙ୍କୁ ଗୁହାରି

ହେ ପ୍ରଭୁ,ରକ୍ଷାକର,ହେ ପ୍ରଭୁ ରକ୍ଷାକର

ସେମିତି ସେଇ ପାଣି ଭର୍ତ୍ତି ଘରେ

ରାତି ବଢିବା ସହିତ ବର୍ଷା ପବନ ଜୋର୍

ସଭିଏଁ ସେଇ ଟାଇଲ୍ ଘରେ ,ଜିବନ ବଞ୍ଚିବ।


କାହାର କାନ୍ଦ ବି ଶୁଭୁଚ୍ଛି

କିଏ ମରିଗଲା ମାଟି କାନ୍ଥ ତଳେ

ରାତି ପାହିଲେ ସଂସ୍କାର ହେବ

ସକାଳ ପର୍ଯ୍ୟନ୍ତ ବଞ୍ଚିବାକୁ ହେବ

ଛୋଟ ଶିଶୁ ଶୋଇଛନ୍ତି              

 ମା' ର କାନି ପଣତ ଭିତରେ, ନିର୍ବିଘ୍ନରେ

ପୋଷା ଜୀବ ଜନ୍ତୁ କଥା ନ କହିଲେ ଭଲ

ଜୀବନ ସୁରକ୍ଷା ପାଇଁ ନିଜେ ନିଜର ଭରଷା।


କାଳ ରାତ୍ରି ଶେଷ ହେଲା, ଉଇଁଲେ ସୁରୁଜ

ସାହି ଭିତରେ ଆଁଠୁଏଁ ପାଣି

ବର୍ଷା ପବନର ଖେଳ ବି ସରିଛି

ସକାଳୁ ସକାଳୁ ସଂସ୍କାର ବି ହେଲା

କାନ୍ଥ ତଳେ ମରିବା ଲୋକର

ସେମିତି ରାତି ସାରା ପାଣି ଭର୍ତି ଘରେ

ବାପା ଡାକୁଥିଲେ,ପ୍ରଭୁ ରକ୍ଷାକର,ପ୍ରଭୁ ରକ୍ଷାକର ।









Rate this content
Log in

Similar oriya poem from Abstract