STORYMIRROR

Bidyadhar Mantry

Abstract Inspirational Others

3  

Bidyadhar Mantry

Abstract Inspirational Others

ପ୍ରେମିକା ଝରଣା

ପ୍ରେମିକା ଝରଣା

1 min
135


ଝରଣାର ରୂପ ନେଇ

ଯଦି ମୋ ପ୍ରେମିକା

ଝରିଯିବ କୁଳୁକୁଳୁ ତାନେ

ମୋ କୁଟୀର,ଅନତି ଦୂରରେ

ପରଶ ହୁଅନ୍ତା ଲାଭ ନିତି ପ୍ରତିଦିନ।


ନିତି ଦେଖି ଅତି ନିକଟରୁ

ଭିଜା ଭିଜା ଶରୀରରେ ଅଜଣା ପୁଲକ

ପ୍ରେମର ଡଙ୍ଗା ଭାସି ବି ଯାଆନ୍ତା

ଅଙ୍କା ବଙ୍କା ଝରଣାର ଶୀତଳ ସ୍ରୋତରେ।


ଗୀତ ଗାଇ ବଇଁଶୀ ବଜାଇ

ଏ ଦୁନିଆ କୁଞ୍ଜ ନିକୁଞ୍ଜରେ

ଛାତି ଦମ୍ଭ କରି କହି ବୁଲିଥାନ୍ତି

ଏଇ ଦେଖ,ମୋ ପ୍ରେମିକା ଯାଉଛି ଲାଜେଇ।


Rate this content
Log in

Similar oriya poem from Abstract