STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଶୀର୍ଷକ:- ମାର୍ଗଦର୍ଶକ

ଶୀର୍ଷକ:- ମାର୍ଗଦର୍ଶକ

1 min
115


ସଞ୍ଜେ ସଞ୍ଜବତୀ ଦେଇ ଗୃହ ବଧୂ

     ପ୍ରଣାମ କଲେ

ଖୁସି ତହୁଁ ଅତି ଶାଶୁ ଓ ଶଶୁରେ

     ଆଶିଷ ଦେଲେ !!


ସର୍ବ ଗୁଣେ ପୂର୍ଣ୍ଣ ବହୁଟି ଆମର

     କର୍ତ୍ତବ୍ୟ ପଥେ

ସୁଲକ୍ଷଣୀ ସେହୁ ପତିବ୍ରତା ନାରୀ

     ସ୍ବାମୀର ସାଥେ !!


ସଂସ୍କାରୀ ଘରର ଝିଅ ସେହୁ ପରା

     କରିଛୁ ବୋହୁ

ପୁତ୍ରକୁ ମୋହର ଖୁସିରେ ରଖିଛି

      ସର୍ବଦା ରହୁ !!


ମୃଦୁଭାଷୀ ସେହୁ ସମଭାବ ତାର

      ସାକ୍ଷାତ ଲକ୍ଷ୍ମୀ

କପଟ ନାହିଁ ଟି କର୍ମ ପଥେ ଯାର

      କର୍ତ୍ତବ୍ୟେ ରଶ୍ମି !!


ରହୁ ଚିରକାଳ ଏହି ପରି ଭାବ

     ଆଶିଷ ଆମ

ମା ଦୂର୍ଗାଙ୍କର ଭକ୍ତି ରହୁ ହୃଦେ

     ପ୍ରୀତି ଓ ପ୍ରେମ !!


କାଳିଆର ଭକ୍ତି ଗୁଞ୍ଜୁ ନିରନ୍ତର 

    ଭକ୍ତି ଚରଣେ 

ସୁନାମ ଅର୍ଜନ କରନ୍ତୁ ରାଷ୍ଟ୍ରରେ

    ହୁଅନ୍ତୁ ଜଣେ !!


ଶାଶୁ ଓ ଶଶୁରେ ଶୁଣନ୍ତୁ ପ୍ରଶଂସା

    ଗୁହାରି ଆମ

ଯାଉ ଏ ଜୀବନ ଖୁସି ଓ ଆନନ୍ଦେ

     ହୃଦୟ ମର୍ମ !!




Rate this content
Log in

Similar oriya poem from Abstract