STORYMIRROR

Snigdha Panda

Abstract Inspirational

3  

Snigdha Panda

Abstract Inspirational

ରୂପାନ୍ତରିତ ପୃଥିବୀ

ରୂପାନ୍ତରିତ ପୃଥିବୀ

1 min
174

ମଣିଷ ଏଠି ଅସହାୟ କେତେ 

ଧୂସର ପାହାଡ ଆଉ ଫୁଲର ସହର ମଝିରେ 

ତା' ନିଜର ରାସ୍ତାଟା-

ନା ସେ କୁଆଡକୁ ହେଲେ ଯାଇ ପାରୁଛି ॥


ତା' ପାଇଁ ଶେଷ ଉପହାର 

ମୃତ୍ୟୁ ଯଦି ହେବ 

ସେ କାହିଁକି କହ ଏତେ 

ଜୀବନର ବ୍ୟାକରଣ

ଘୋଷି ଘୋଷି କ୍ଳାନ୍ତ ହେଉଥିବ ॥


ହୁଏ ତ ଗ୍ରୀଷ୍ମ ସେପାଖରେ ବର୍ଷା ପରି 

ମୃତ୍ୟୁ ସେପାଖରେ 

ପୁଣି ଏକ ଜୀବନ ଅଛି 

ପ୍ରତି ମୂହୁର୍ତ୍ତରେ

ଯିଏ ତାକୁ ଉନ୍ମାଦିତ କରୁଛି ..

ଆମନ୍ତ୍ରଣ କରୁଛି 

ଏଇ ଯେ ଅନ୍ଧାରର ଗହ୍ୱର 

ତୁ ତାକୁ ପାରି ହୋଇ ଚାଲି ଆ- 

ଏ ପାଖରେ ସଂଘର୍ଷ ନାହିଁ 

କେଉଁ ଆଡେ ଯିବୁ 

ଭାବିବାର ଦ୍ୱନ୍ଦ ନାହିଁ 

ରୂପାନ୍ତରିତ ପୃଥିବୀରେ

ଅଛି ଖାଲି

ତୋର ମୋର ଅତୁଟ ସମ୍ପର୍କରୁ ଖିଏ 

ମୁଁ ତତେ ଶ୍ୟାମଳ ପ୍ରାନ୍ତରକୁ 

ଅମୃତ ଆଡକୁ ନେଇଯିବି ।


Rate this content
Log in

Similar oriya poem from Abstract