ରୂପାନ୍ତରିତ ପୃଥିବୀ
ରୂପାନ୍ତରିତ ପୃଥିବୀ
ମଣିଷ ଏଠି ଅସହାୟ କେତେ
ଧୂସର ପାହାଡ ଆଉ ଫୁଲର ସହର ମଝିରେ
ତା' ନିଜର ରାସ୍ତାଟା-
ନା ସେ କୁଆଡକୁ ହେଲେ ଯାଇ ପାରୁଛି ॥
ତା' ପାଇଁ ଶେଷ ଉପହାର
ମୃତ୍ୟୁ ଯଦି ହେବ
ସେ କାହିଁକି କହ ଏତେ
ଜୀବନର ବ୍ୟାକରଣ
ଘୋଷି ଘୋଷି କ୍ଳାନ୍ତ ହେଉଥିବ ॥
ହୁଏ ତ ଗ୍ରୀଷ୍ମ ସେପାଖରେ ବର୍ଷା ପରି
ମୃତ୍ୟୁ ସେପାଖରେ
ପୁଣି ଏକ ଜୀବନ ଅଛି
ପ୍ରତି ମୂହୁର୍ତ୍ତରେ
ଯିଏ ତାକୁ ଉନ୍ମାଦିତ କରୁଛି ..
ଆମନ୍ତ୍ରଣ କରୁଛି
ଏଇ ଯେ ଅନ୍ଧାରର ଗହ୍ୱର
ତୁ ତାକୁ ପାରି ହୋଇ ଚାଲି ଆ-
ଏ ପାଖରେ ସଂଘର୍ଷ ନାହିଁ
କେଉଁ ଆଡେ ଯିବୁ
ଭାବିବାର ଦ୍ୱନ୍ଦ ନାହିଁ
ରୂପାନ୍ତରିତ ପୃଥିବୀରେ
ଅଛି ଖାଲି
ତୋର ମୋର ଅତୁଟ ସମ୍ପର୍କରୁ ଖିଏ
ମୁଁ ତତେ ଶ୍ୟାମଳ ପ୍ରାନ୍ତରକୁ
ଅମୃତ ଆଡକୁ ନେଇଯିବି ।
