Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Abstract Inspirational

3  

Bijaya Kumar Swain

Abstract Inspirational

ଆଜି ତ ସ୍ନାନ ପୂର୍ଣ୍ଣିମା

ଆଜି ତ ସ୍ନାନ ପୂର୍ଣ୍ଣିମା

1 min
215



ଆଜି ତ ଆଜି ତ

ସ୍ନାନ ପୁନେଇଁ

ଆଜି ତ ଆଜି ତ

ସ୍ନାନ ପୁନେଇଁ ସ୍ନାନ ପୁନେଇଁ

ସ୍ନାନ ମଣ୍ଡପରେ କଳା ଗୋସେଇଁ

ସଂଗତରେ ଭଉଣୀ ଭାଇ।

ଆଜି ତ ସ୍ନାନ ପୁନେଇଁ....

ଶିରୀକ୍ଷେତ୍ର ଆଜି ଉଠୁଛି ପଡୁଛି

ଭକତଙ୍କ ଚଳ ଗହଳ

ସ୍ନାନ ମଣ୍ଡପରେ ଦରଶନ ପାଇଁ

ମନ ହେଉଅଛି ବିକଳ

ପହଣ୍ଡିରେ ବିଜେ କରିବ କାଳିଆ

ଟାହିଆ ହଲେଇ ହଲେଇ।

ଆଜି ତ ସ୍ନାନ ପୁନେଇଁ....

ଶହେ ଆଠ ଗରା ସୁବାସିତ ଜଳେ

ସ୍ନାହାନ କରିବେ ମଣିମା

ସେ ଦିବ୍ୟ ସ୍ନାହନ କଲେ ଦରଶନ

ଧୋଇଯିବ ପାପ କାଳିମା

କେଡେ ଶୋଭାବନ ମୋ କାଳିଆ ଧନ

ସେ ଶୋଭା ତ କହି ନୁହଁଇ।

ଆଜି ତ ସ୍ନାନ ପୁନେଇଁ...

ଦିନେ ଦେଖୁ ଥିଲା ଗୋପୀଙ୍କ ସ୍ନାହାନ

ହୋଇ କେତେ ଆନନ୍ଦିତ

ଭାଇ ଭଗ୍ନୀ ସଙ୍ଗେ କରୁଛି ସ୍ନାହା ନ

ଦେଖୁଛି ସାରା ଜଗତ

ଆହା କି ସୁନ୍ଦର ଲୀଳା ମୋ ଜଗାର

ସେ ଦୃଶ୍ୟ ବର୍ଣ୍ଣୀ ନୁହଇଁ।

ଆଜି ତ ସ୍ନାନ ପୁନେଇଁ...

ଆଜି ତ ସ୍ନାନ ପୁନେଇଁ...।



Rate this content
Log in

Similar oriya poem from Abstract