STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ହଜିଲା ଅତୀତ

ହଜିଲା ଅତୀତ

1 min
277

ହଜିଗଲା ପରେ ଠିକଣା ବି ହଜେ

ହଜିଲା ଜିନିଷ ସାଥେ,

ଖୋଜି ମିଳେ ନାହିଁ ହଜିଲା ସମ୍ପତି

ଭବିଷ୍ୟର ଅନ୍ଧ ପଥେ। 


ଖୋଜିଲେ କି ହେବ ଫେରି କି ଆସିବ

ବୟସର ପ୍ରୀତି ଛୁଆଁ,

ସମୟ ସାଥିରେ ଧୋଇ ହୋଇ ଯିବ

ଆଲୋକ ସହିତ ନିଆଁ।


ନିଅଣ୍ଟିଆ ମୋର ଭାବ ବେଉସାରେ

ମୁଁ ଖୋଜି ବସେ ଯେବେ ଲାଭ,

ସମ୍ପର୍କର ଛକି ଶୁନ ଖେଳ ସରେ

ଭାଗ୍ୟ କରେ ଉପଦ୍ରବ। 


ପନିକି ପକାଇ କାଟି କେ ଦେଇଛି

ଆକାଶର ଇନ୍ଦ୍ରଧନୁ,

ଭଙ୍ଗା ସେ ଡାଳରେ କୁଆ ରାବି କହେ

ଆଉ କେବେ ଫେରିବନି ହନୁ। 


ଠେକୁଆ ଆସେନା ବସେନା ଜହ୍ନରେ

ବାଦଲ ମାନେନା ବୋଲ,

ଆଜିଭଳି ଆଉ ବରଷା ରାତିରେ

ବେଙ୍ଗ କରେ ନାହିଁ ଗୋଳ। 


ନାହିଁ ସ୍ମୃତି ନାହିଁ ଅନୁଭୂତି କିଛି

ଏ ନିଦାଘର କୋଳାହଳେ,

ବଳକା ଅଛି ଯା ରମ୍ପା ଦାଗ କିଛି

ସେ ଅତୀତର ବିଛଣାରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract