ଅମାନିଆ ଲୁହ
ଅମାନିଆ ଲୁହ
ଦହନର ଜ୍ୱାଳା ବର୍ଷାର ପ୍ଲାବନ
ଝଡ଼ ସୃଷ୍ଟି ହେଉଥିବ,
ନିରିକ୍ଷଣ କରି ଚାହିଁବ ଥରୁଟେ
ହୃଦୟ ତରଳି ଯିବ ।
ସହସ୍ର ଯୁଗକୁ ଚାହିଁ ରହିଥିବି
ନିରଭିଜା ନୟନ ରେ,
ଭୁଲି ହୁଏନାହିଁ ତୁମ ଆକର୍ଷଣ
ରହିଥିବି ଅପେକ୍ଷାରେ ।
ଛଳ ଛଳ ମୋର ନୟନ ଯୁଗଳ
ଲୁହଭିଜା ଆଖି ଜାଣେ,
ଅନନ୍ତ ଯୁଗର ପାଇଁ ଏ ପ୍ରତୀକ୍ଷା
କରେ ତପସ୍ବିନୀ ଜଣେ ।
ତୁମେ ମୋ ଆରମ୍ଭ ତୁମେ ବିତ ଶେଷ
ଜୀବନ ର ପ୍ରୀତି ରାଜି,
ଜନମ ଜନମେ ଝୁରି ବି ତୁମକୁ
ବିରହିଣୀ ଟିଏ ସାଜି ।
ଉପହାର ତୁମେ ଦେଇଛ କେବଳ
ନୟନେ ଶ୍ରାବଣ ଲୁହ,
ପ୍ରତି ମୁହୂର୍ତ୍ତ ରେ ଜ୍ୱଳନ ର ଦାହ
ଆତ୍ମାରେ ଦେଇଛକୋହ ।
ଶାଶ୍ୱତ ସ୍ୱାକ୍ଷର ଇଚ୍ଛାର ଈଶ୍ବର
ଦୁର୍ଲଭ ମଣି କାଞ୍ଚନ,
ଝୁରି ଝୁରି ଝରେ ପ୍ରୀତି ପାରାବାରେ
ଲୋତକେଭରାନୟନ ।
କଜ୍ୱଳର ଗାର ଧୋଇ ହୋଇଯାଏ
ଉଦାସି ନୟନ ଝରେ,
ଟାଣେ ନାହିଁ ଆଉ କଜ୍ୱଳର ଗାର
ପ୍ଲାବିତ ନୟନ ଧାରେ ।
ଅମାନିଆ ଲୁହ ବହିଯାଉଅଛି
କ୍ଷୀଣ ନଇ ଟିଏ ହୋଇ,
କ୍ଷୀଣ ସ୍ରୋତା ନଇଖୋଜୁଛିତା ବାଟ
ସାଗର ସଙ୍ଗମ ପାଇଁ ।
ଆଷlଢଶ୍ରାବଣ ମୋବେନି ନୟନ
ଝରୁଥିବ ସବୁଦିନ,
ଯୁଗ ଯୁଗାନ୍ତର ପାଇଁ ଏ ପ୍ରତୀକ୍ଷା
ଚାହିଁଥିବି ପ୍ରତିକ୍ଷଣ ।।
