STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ମାଘମାସ ଶୀତ

ମାଘମାସ ଶୀତ

1 min
299


ଶୀତ ଭୟଙ୍କର ମାଘମାସ ଶୀତ

  ବୃଦ୍ଧଙ୍କ ହୋଇଛି କାଳ,

ସନ୍ଧ୍ୟାରେ ବୁଲିବା ଅସମ୍ଭବ ହୁଏ

  ଶୀତଦିନ ହୁଏ କାଳ।


ସୂର୍ଯ୍ୟର କୀରଣ ନ ପଡେ ଭୂମିରେ

  କୁହୁଡ଼ି ମାଡୁଛି ଦିନେ,

ଝିପି ଝିପି ବର୍ଷା ଆତୁରିତ କରେ

  ସନ୍ଧ୍ୟା ବୁଲା ନାହିଁ ଦିନେ।


ଓମିକ୍ରନ୍ ରୋଗ ଆଗମନ ପୁଣି

  ଚିନ୍ତା ମଗ୍ନ ବୃଦ୍ଧଜନ,

ସାସ୍କ ପିନ୍ଧିବଟି ଯନ୍ତ୍ରଣା ଦେଉଛି

  କଷ୍ଟ ଭଗେ ବୃଦ୍ଧଜନ।


ବୃଦ୍ଧ ବୟସରେ ସନ୍ଧ୍ୟାରେ ବୁଲିବା

  ବୃଦ୍ଧ ପାଇଁ ପ୍ରୟୋଜନ,

ପ୍ରକୃତି ତାଣ୍ଡବ କୁହୁଡ଼ିର ଘନ

  ଯନ୍ତ୍ରଣା ଟି ଘନଘନ।


ଶୀତଦିନ ଏବେ ଶେଷ ହୋଇ ନାହିଁ

  ନାହିଁ ଶାନ୍ତି ବୃଦ୍ଧ ମନେ,

ସୂର୍ଯ୍ୟ କୀରଣରେ ମନପ୍ରାଣ ତାର

  ଦିଶୁ ନାହିଁ କେଉଁ ଦିନେ।


ମନ୍ଦିର ଯିବାକୁ ଅସମ୍ଭବ ତାଙ୍କୁ

  ସନ୍ଧ୍ୟାର କାଳରେ ବୃଦ୍ଧେ,

ସେଜ ପରେ ବସି ପ୍ରଭୁ ଆରାଧନା

  କରୁଥାନ୍ତି ନିତ୍ୟେ ବୃଦ୍ଧେ।


ସନ୍ଧ୍ୟା ସମୟରେ ବୁଲିବାଟି ପ୍ରୀୟ

  ବୃଦ୍ଧଜନଙ୍କର ପାଇଁ,

କଥାବାର୍ତ୍ତା ତାଙ୍କ ଅନ୍ୟ ବୃଦ୍ଧ ସଙ୍ଗେ

  ବୃଦ୍ଧ ବୟସର ପାଇଁ।


ଜଗନ୍ନାଥ ଭକ୍ତି ନିତ୍ୟେ ହିଁ ଗୃହରେ

  ଅସ୍ଥିର ଟି ମନ ସଦା,

ଶୀତଦିନ ଏହୁ ଶୀଘ୍ର ଘୁଞ୍ଚି ଯାଉ

  ଯିବେ ମନ୍ଦିରକୁ ସଦା।


ଭକ୍ତିରେ ପୂଜିବେ ବଡ଼ ଠାକୁରଙ୍କୁ

  ଭକ୍ତି ପ୍ରେମ ଶ୍ରଦ୍ଧା ଦେଇ,

ମନ ଇଚ୍ଛା ତାଙ୍କ ପୂରଣ ହୋଇବ

  ବୃଦ୍ଧ ଅବସ୍ଥାରେ ଭାଇ।


ଉପଦେଶ ଦେବେ ଆଜିର ଯୁବାଙ୍କୁ

  ଶାସ୍ତ୍ର ଧର୍ମ ନୀତି ଶିକ୍ଷା,

ବୁଦ୍ଧଜନ ସଙ୍ଗେ କଥାବାର୍ତ୍ତା ହେବେ

  ଦେବେ ସତ୍ୟ ଭକ୍ତି ଶିକ୍ଷା।


ଅଧୂରା ପଡ଼ିଛି ଶୀତର ତାଣ୍ଡବୁ

  ଚିନ୍ତା ଅହରହ ବୃଦ୍ଧେ,

ଜ୍ଞାନ ଦିଶୁ ନାହିଁ କଣବା କରିବେ

  ଚିନ୍ତା ମଗ୍ନ ସଦା ବୃଦ୍ଧେ।


ଡାକନ୍ତି କାଳିଆ ଉଚ୍ଚ କଣ୍ଠେ ପୁଣି

 ସୂର୍ଯ୍ୟଙ୍କ କୀରଣ ପଡୁ,

ଘୁଞ୍ଚି ଯାଉ ଏହୁ କୁହୁଡ଼ିର ଦୃଶ୍ୟ

  ଗରମ ଶରୀରେ ପଡୁ।


ଝିପି ଝିପି ବର୍ଷା ଦୂର କର ପ୍ରଭୁ

  ନିର୍ମଳ ଆକାଶ ହେଉ,

ବୃଦ୍ଧଙ୍କ ଯନ୍ତ୍ରଣା ଶୁଣ ମହାପ୍ରଭୁ

  ଶୀତର ତାଣ୍ଡବ ଯାଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract