ଲୁହ ଲହୁର କଥାଟି😄😄😄😄😄😄
ଲୁହ ଲହୁର କଥାଟି😄😄😄😄😄😄
ଲହୁଠାରୁ ଲୁହ ଅଟେ ମୂଲ୍ୟବାନ
ଘେନାକର ସୁଧିଜନେ
ଅର୍ଥ ବାହୁବଳେ ଲହୁ ସିନା ମିଳେ
ଲୁହ ନୁହେଁ ତ ଯେସନେ ।୧।
ଦାମ୍ଭିକ ପଣରେ ଦମ୍ଭ ଧରିବାକୁ
ବିଚାରଇ ଯେବେ ମୁହିଁ
ଅନ୍ତର ଭିତରୁ ସତେ କିଏ କହେ
ତୋ'ଠାରୁ ମୂର୍ଖ କେ ନାହିଁ ।୨।
ଗର୍ବ ଅହଂକାର ନୁହେଁ ତ ସଂସାର
ମାନବତାର ଲକ୍ଷଣ
ଅର୍ଥ ଲାଳସାରେ ମାୟାବୀ ଜାଲରେ
ନହୁଅ କେବେ ବନ୍ଧନ ।୩।
ମିଛ ମରୀଚିକା ପଛରେ ଧାଇଁଲେ
ତୃଷା କିବା ମେଣ୍ଟେ ଭାଇ
ଜୀବନ ଦରିଆ କୂଳରେ ଆହୁଲା
ମାରିବାକୁ କେହି ନାହିଁ ।୪।
ମାୟା ସଂସାରରେ କେ ନୁହେଁ କାହାରି
ବୁଝିଲେଣି ସର୍ବେ ଜାଣ
ତଥାପି ଅବୁଝା ହୁଅନ୍ତି ଦର୍ପରେ
ହେୟ ମଣନ୍ତି ଅଞ୍ଗ୍ୟାନ
।୫।
ପାର୍ଥିବ ସୁଖକୁ ଅପାତ୍ରରେ ଦାନ
ହୋଇଛି ସର୍ବ କାମନା
ନିନ୍ଦୁକ ଭାବରେ ନିନ୍ଦା ରଚୁଥାନ୍ତି
ମନରେ ରଖି ବାସନା ।୬।
ଆହେ ମୂଢଜନ ହୁଅ ସଚେତନ
ନହୁଅ ହେ ଆନମନ
କର୍ତ୍ତବ୍ୟ ଶୃଙ୍ଖଳେ ବନ୍ଧା ହୋଇ ସର୍ବେ
ଜୀବନକୁ କର ଧନ୍ୟ ।୭।
ଭୁଲି ଭେଦଭାବ ଅମିର ଗରିବ
ସେବା ମନୋଭାବ ବଳେ
ସଭିଙ୍କର ମନ ଜିଇଁବାକୁ ଧନ
ଘେନୁଥାଅ କୃପାବଳେ ।୮।
ଲୁହର ଢେଉରେ ଭାସି ଭାସି ଯାଉ
ମମତାର ଏହି ଡଙ୍ଗା
ଲହୁରେ ଲେଖୁଛି କାହାଣୀ ଟିଏ ମୁଁ
ଘେନ ମୋର ମାତୃଗର୍ଭା ।୯।
ଲହୁ ଲୁହର ଏ ସଂପର୍କ ଅଧୁରା
ଜୀବନରେ ଅସରନ୍ତି
ଭେଦଭାବ କିବା କରିବା ଗୁଣୀକେ
ପୁଣ୍ୟଭୂମି ବସୁମତୀ ।୧୦।