ବିନାଶ କାଳେ ବିପରୀତ ବୁଦ୍ଧି
ବିନାଶ କାଳେ ବିପରୀତ ବୁଦ୍ଧି
ମେଘ ପର ଖରା ଟାଣୁଆ ବଡ଼ ଲୋ
ସୁଖ ପରେ ଯେହ୍ନେ ଦୁଃଖ,
ରୂପ ଯଉବନ ମାନ ସନମାନେ
ମୋହିତ ସଂସାରୀ ଯାକ।
ଆଳିକ ସୁଖକୁ ଆବୋରି ଧରି ତୁ
ବିଭୋର ହେଉଥା ଯେତେ,
ଦି'ଘଡି ପରେ ଅନ୍ଧାର ନଇଁବ
ଉଣ୍ଡୁଥିବୁ ସୁଖ କେତେ।
ଶଗଡ଼ ବଢୁଛି ଆଗକୁ ଆଗକୁ
ଚକ ଯାଏ ଗଡ଼ି ଗଡ଼ି,
ଚକ କିବା କେବେ ବଢ଼ି ପାରିବ ଲୋ
ଆପଣା ଅଖକୁ ଛାଡ଼ି।
ନଈ ସୁଅ ସିନା ତଳକୁ ତଳକୁ
ଭଉଁରୀ କାଟୁଛି ଘେରା,
କବଳ କରିବ କାଳ ବଳେ କଳେ
ଜାଣି'ଥା ଯେତେ ପହଁରା।
କହିବା କଥାକୁ ପରତେ ଯିବାକୁ
ମନା କରୁଥିଲି ଯେତେ
ବିନାଶ କାଳକୁ ବୁଦ୍ଧି ବିପରୀତ
ବୁଝିବ ଅବା କେମନ୍ତେ।