ଆଜି ଗୁରୁବାର
ଆଜି ଗୁରୁବାର
ଆଜି ଗୁରୁବାର ମାସ ମାର୍ଗଶୀର
ଲକ୍ଷ୍ମୀଦେବୀ ଙ୍କର ପୂଜା
ପ୍ରାତଃ କାଳୁ ଉଠି ସ୍ନାନ ଆଦି ସାରି
ଘରକୁ ସୁନ୍ଦର ସଜା l
ମହାଲକ୍ଷ୍ମୀ ପରା ବିଜେ ହେବେ ଆଜି
ସୁନ୍ଦର ଝୋଟି ପକାଅ
ମାଣ ଓ ଖଟୁଳି ଧୁଆ, ଧୋଇ କରି
ଧନ, ଧାନ୍ୟ ରେ ସଜାଅ l
ଶୁକ୍ଳ ବସ୍ତ୍ର ସର୍ବେ କର ପରିଧାନ
ଲକ୍ଷ୍ମୀ ଙ୍କୁ ନାଲିଆ ପାଟ
ନାରାୟଣ ଙ୍କର ହଳଦିଆ ବସ୍ତ୍ର
କଳସ ରେ ଦିଅ ଛିଟ l
ଖିରି, ପୁଳି, ମଣ୍ଡା, କାକରା, ଆରିସା
ନଡ଼ିଆ, କଦଳୀ, ଛେନା
ଖେଚୁଡ଼ି, ଡାଲମା, ତର୍କାରୀ, ଆମ୍ବିଳ,
ଶାଗଭଜା ଆଉ ପଣା l
ଯେତେଯାହା ଆମେ ବର୍ଷସାରା ଖାଉ
ମାଆ ଙ୍କୁ ପରଷି ଦେବା
ମାଆ ଙ୍କର କୃପା ହୋଇବ ଅବଶ୍ୟ
ପାଦ, ପଦ୍ମ ପୂଜୁ ଥିବା l
