STORYMIRROR

URMILA MAHAPATRA

Children Stories Classics

3  

URMILA MAHAPATRA

Children Stories Classics

ବାତ୍ୟା

ବାତ୍ୟା

1 min
309

ଏତେ ଭଲପାଅ   ଆମ ଓଡିଶାକୁ

    ଜାଣିତ ନଥିଲି ଦିନେ

ଆମ ରାଜ୍ୟ କ୍ଷତି  କରିବା ପାଇଁକି

    କରିଅଛ ପଣ ମନେ l


ମନ ଇଚ୍ଛା ତୁମେ  ଚାଲିଆସ କିମ୍ପା

   ଅବପାତ ରୂପ ନେଇ

ଧନ, ଜନ କ୍ଷତି   କରୁଛ କିମ୍ପାଇ

   କୁହ ଆହେ ବାତ୍ୟା ଭାଇ l


ଆମେତ ତୁମକୁ  ନିମନ୍ତ୍ରଣ ଦେଇ

   ଡାକିନାହୁଁ ଦିନେ ହେଲେ

ଗୁଆ ଦେଇ ନାହୁଁ  ବରଷକେ ଥରେ

   ସୁଖ ଅବା ଦୁଃଖ ହେଲେ l


ଏମିତି ଆସୁଛ   ଯାଚିହୋଇ ତୁମେ

     ସ୍ୱାଗତ କରିବ କିଏ

ବୈଜ୍ଞାନିକ ମାନେ  ଚିନ୍ତା କରୁଛନ୍ତି

    ଲଗାମ ଧରିବେ ସିଏ l


 ତୁମ ଆସିବାର   ପଥକୁ ରୋକିବେ

    ନିରାଶେ ଫେରିବ ତୁମେ

ତୁମ ସମ୍ମାନକୁ   ତୁମେ ରକ୍ଷାକର

    ଆଉ ନ ଆସିବ ଦିନେ l


Rate this content
Log in