STORYMIRROR

URMILA MAHAPATRA

Others

4  

URMILA MAHAPATRA

Others

ଜୟ ମା ସରସ୍ବତୀ

ଜୟ ମା ସରସ୍ବତୀ

1 min
292

ନମସ୍ତେ ମା ସରସ୍ବତୀ

        ସିଦ୍ଧି ପ୍ରଦାୟିନୀ

ଜୟ ଜୟ ବିଦ୍ୟାଦାତ୍ରୀ

        ଜୟ ବୀଣାପାଣି l


ହଂସବାହିନୀ ମାଗୋ

        ଜ୍ଞାନ ପ୍ରଦାୟିନୀ

ଜୟ ମାଗୋ ଶ୍ୱେତପଦ୍ମା

       ପୁସ୍ତକ ଧାରିଣୀ l


ମାଘ ଶୁକ୍ଳ ପଞ୍ଚମୀ ରେ

         ଉଡେ ତୁମ ଧ୍ବଜା

ବିଦ୍ୟାର୍ଥୀ ମାନେ ତୁମକୁ

         କରିଥାନ୍ତି ପୂଜା l


ତୁମ କୃପା ବଳେ ମାଗୋ

         ମୂର୍ଖ କାଳୀ ଦାସ

ହୋଇଛନ୍ତି ମହାଜ୍ଞାନୀ

         ଅଛି ଇତିହାସ l


ବ୍ରହ୍ମାଙ୍କ ନନ୍ଦିନୀ ମାଗୋ

         ସଂଗୀତ ର ଦେବୀ

ବୀଣା, ପୁସ୍ତକ ଧାରିଣୀ 

          ଅଭୟ ଦାୟିନୀ l


ତୁମ କୃପା ବଳେ ମାଗୋ

            ସୃଷ୍ଟି ଓ ସ୍ରଷ୍ଟା

ସାହିତ୍ୟ ସଂସଦ ମାଗୋ

          ହୋଇଅଛି ଉଭା l


କୃପା ରଖିଥିବୁ ମାଗୋ

          ଏହି ସଂସଦ ଟି

ଦୀର୍ଘାୟୁ ଲଭୁ ମାଗୋ

          ରହୁ ସୁଦୟା ଟି l


ନମସ୍ତେ ମା ସରସ୍ବତୀ

          ତୋ ଚରଣ ବନ୍ଦେ

କଵି ଓଃ ପାଠକ ମନେ 

          ଜ୍ଞାନ ମା ଭରିଦେ l


ଅଜ୍ଞାନୀ ନରହନ୍ତୁ ମା

         କେହି ମହୀ ତଳେ

ତୋର କୃପା ଦୃଷ୍ଟି ମାଗୋ

         ରଖିଥିବୁ ହେଳେ l


ଅଜ୍ଞାନ ତିମିର ମାଗୋ

         କରିପାରୁ ଦୂର

ସଂସାର ର ସବୁ ଦୁଃଖ

          ତୁହି ମାଗୋ ହର l


Rate this content
Log in