ହେ ନୂଆ ବରଷ
ହେ ନୂଆ ବରଷ
ହେ ନୂଆ ବରଷ ସ୍ବାଗତଂ କରୁଛୁ
ତୁମକୁ ପୁଷ୍ପ ସମ୍ଭାରେ
ଏ ପୃଥିବୀ ବାସୀ ଚାହିଁ ରହିଛନ୍ତି
ନୂତନ ଗୀତ ର ସୁରେ l
ତୁମ ଆଗମନେ ଧରଣୀ ରାଣୀ ଯେ
ସୁନ୍ଦର ପୁଷ୍ପରେ ସାଜୁ
ବିଶ୍ୱ ପରିବାର ଏକ ହେବା ଆମେ
ବିଶ୍ୱରେ ଶାନ୍ତି ବିରାଜୁ l
ଆଶିଷର କୃପା ଦିଅ ବରଷାଇ
ସୁଖେ ଦିନ ଯାଉ ବିତି
ତବ ଆଗମନେ ଏ ଜୀବ ଜଗତ
ଲଭନ୍ତୁ ଅପାର ଶାନ୍ତି l
କରୋନା ରୂପକ ଭାଇରସ ଟିର
ସ୍ଥିତି ଲୋପ ପାଇଯାଉ
ନୂତନ ବରଷେ ଆଶିଷ ଢାଳ ହେ
ସତ୍ୟ ର ପ୍ରକାଶ ହେଉ ।
ସତ୍ୟ, ନ୍ୟାୟ, ଧର୍ମ ହୃଦୟେ ବିରାଜୁ
ଅଧର୍ମ ର ହେଉ ନାଶ
ପରମ ପ୍ରଭୁଙ୍କ ଦିବ୍ୟ ଚେତନାରେ
ସଭିଏଁ କରନ୍ତୁ ବାସ l
ପୁରୁଣା ବର୍ଷର କିଛି ବଦଭ୍ୟାସ
ନୂଆ ବର୍ଷେ ସୁଧାରିବା
ନୂତନ ବର୍ଷରେ ଶପଥ ଆମର
ଶାନ୍ତି, ମୈତ୍ରୀ କୁ ବାଣ୍ଟିବା l
ନୂତନ ଉଲ୍ଲାସେ ନବ ଉଦିପନା
ନେଇ କରୁଛୁ ସ୍ବାଗତଂ
ଆସ ଆସ ଆହେ ନୂତନ ବରଷ
ସୁଖ ଶାନ୍ତି ନେଇ ଆସ l
