Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchitra Parida

Classics

3  

Suchitra Parida

Classics

ତୁମଵିନା

ତୁମଵିନା

1 min
295


ଶରତର ଶୁଭ୍ର ସକାଳରେ

ଆଞ୍ଜୁଳାଏ ଶିଶିର ଶୀତଳ

ଵିନ୍ଦୁକୁ ତୋପାଦେ ଢାଳି

କରେ ତୋର ପାଦ ପ୍ରକ୍ଷାଳନ ।


ମଲୟର ମନ୍ଦ ମନ୍ଦ ସମୀରଣେ

କାଶତଣ୍ଡି ମୁଣ୍ଡ ନତକରି

ଢାଳୁଛୁ ଆଲଟ ମାଆର ସ୍ବାଗତପାଇ

ଶୁଭ୍ରତାର ଚାନ୍ଦୁଆ ଟାଣି ।


ଵିକସିତ ଫୁଲର ପାଖୁଡ଼ା ଗୁଡ଼ିକ

ସୁବାସିତ ବାସନା ଛିଞ୍ଚି

ମାଆଙ୍କୁ ଆମୋଦିତ ଦେଵାକୁ

ସତତ ଚେଷ୍ଟିତ ନିଇତି।


ତୁମ ଆଗମନୀରେଜହ୍ନର 

ଵିମଳ ଜ୍ୟୋସ୍ନାରେ

ପୁଷ୍ପର ଦରୋଟି ହସ ଲହରିରେ

ଭକ୍ତି ପୂର୍ଣ୍ଣ ଚେତନାରେ ।


ତନୁମନ ହୃଦୟରୁ ଝରିଯାଏ

ପ୍ରେମର ନିର୍ଝରି

ମନ ହଜିଯାଏ ତୁମସ୍ତଵ ଗାନ କରି

ଆନନ୍ଦେ ତୁମନାମ ସ୍ମରି ।


Rate this content
Log in