STORYMIRROR

Jagannath Barik

Classics

3  

Jagannath Barik

Classics

ଜୟ ଜୟ ନାରାୟଣ

ଜୟ ଜୟ ନାରାୟଣ

1 min
301


ଜୟ ଜୟ ନାରାୟଣ ହେ କ୍ଷୀର ସାଗର ବାସୀ

ଅନନ୍ତ ତଳପେ ଶୟନ କମଳାଙ୍କ ବିଳାସୀ |


ନବୀନ ନୀରଦ ନିନ୍ଦିତ କାନ୍ତି କି ମନୋହର

ଧାତା ଇନ୍ଦ୍ର ହର ଅମର ମର ଯା ପରିଚର |


ପଦ୍ମନାଭ ନାଭିପଦ୍ମରୁ ପଦ୍ମଯୋନି ଉଦ୍ଭଵ

ମହା ମୃତ୍ୟୁଞ୍ଜୟ ଶଙ୍କର ଯାରେ କରନ୍ତି ସ୍ତବ |


ଶଙ୍ଖ ଚକ୍ର ଗଦା କମଳ ଶୋହେ ଚତୁର୍ଭୁଜର

ଶ୍ରୀମୁଖ ମୟୂଖ ସୁଷମା ଆଭା କୋଟି ସୂର୍ଯ୍ୟର |


ଅଷ୍ଟାଦଶ ଚିହ୍ନ ଭୂଷଣ ଯାର ଚାରୁ ଚରଣ

ତ୍ରୈଲୋକ୍ୟ ପାବିନୀ ସ୍ଵର୍ଣ୍ଣଦୀ ନଖକୋଣୁ କ୍ଷରଣ |


ଶ୍ରୀବତ୍ସ ଲାଂଛନ କୌସ୍ତୁଭ ମଣି ବକ୍ଷେ ଧାରଣ

ହୃଦେ ରମା କଣ୍ଠଦେଶରେ ବାଣୀରାଣୀ ଭୂଷଣ |


ଚରାଚର ବିଶ୍ୱ ବ୍ରହ୍ମାଣ୍ଡ ପାଳ ଜଗଦୀଶ୍ଵର

କରୁଣା ସାଗର ହରିହେ ସର୍ବ ଦୂରିତ ହର |


ହେ ବିପତି ପତି ବିପତ୍ତି ରାହୁ କରେ କବଳ

ତୁମେ ଅଶରଣ ଶରଣ ପ୍ରଭୁ ଅବଳ ବଳ |


ଭାସିଗଲି ଭଵ ସରିତେ ପ୍ରଭୁ ଉଦ୍ଧାର କର

ତଵ ନାମ ନାବେ ତରିବି ଶେଷ ଇଚ୍ଛା ମୋହର |



Rate this content
Log in

Similar oriya poem from Classics