Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ବ୍ୟାସ ପୂର୍ଣ୍ଣିମା

ବ୍ୟାସ ପୂର୍ଣ୍ଣିମା

1 min
206



ଗୁରୁ ପୂଜନର ପବିତ୍ର ଦିବସ

ଅଟଇ ଗୁରୁ ପୂର୍ଣ୍ଣିମା

ମହର୍ଷି ବ୍ୟାସଙ୍କ ଶୁଭ ଜନ୍ମଦିନ

ପୁରାଣ ଶାସ୍ତ୍ରେ ବର୍ଣ୍ଣନା ।

ପିତା ପରାଶର ପରମ ତପସ୍ୱୀ

ମାତା ଥିଲେ ମତ୍ସଗନ୍ଧା

କୃଷ୍ଣ ଦ୍ୱ1ପାଞ୍ଚଳେ ଲଭିଥିଲେ ଜନ୍ମ

ଚର୍ତୁପା6ର୍ଶ୍ୱ ଧାର ଗଙ୍ଗା ।

ଯେହେତୁ ରମଣୀ କନ୍ୟା ମତ୍ସଗନ୍ଧା

କାନରୁ ସେ ଜନ୍ମିଥିଲେ

କାନନୀ ନାମରେ ହେଲେ ସୁବିଦିତ

ଜ୍ଞାନୀ ଦିବ୍ୟଦର୍ଶୀ ହେଲେ ।

ବେଦ ଚତୁଷ୍ଟୟ ସ°ଗ୍ରହ ବିଭାଗ

ପୁରାଣ ରଚନା କରି

ବହିଲେ ସୁନାମ କୃଷ୍ଣ ଦୈପାୟନ

ଭଗବାନ ବ୍ରହ୍ମ ସୂରୀ ।

ବ୍ୟାସଙ୍କ ଔରସୁ ଜାତ ଶୁକଦେବ

ଥିଲେ ମହା ବ୍ରହ୍ମଜ୍ଞାନୀ

ତାଙ୍କର ମୁଖରୁ ରାଜା ପରିକ୍ଷିତ

ଭାଗବତ ଥିଲେ ଶୁଣି ।

ମାତା ମତ୍ସଗନ୍ଧା ସତ୍ୟବତୀ ନାମେ

ଭାରତେ ହୋଇ ପ୍ରସିଦ୍ଧ

ବିବାହ କରିଲେ ରାଜା ଶାନ୍ତନୁଙ୍କୁ

ଜନ୍ମିଲେ ବିଚ୍ଚିତ୍ରବୀର୍ଯ୍ୟ ।

ବିଚ୍ଚିତ୍ରଙ୍କ ହେଲା ନିସନ୍ତାନ ମୃତ୍ୟୁ 

ବିଧବା ହୋଇଲେ ପତ୍ନୀ

ମାତାଙ୍କ ଆଦେଶେ କୁଳ ରକ୍ଷା ପାଇଁ

ବ୍ୟାସଙ୍କ ନିୟୋଗ ବିଧି ।

ଅମ୍ବା ଅମ୍ବାଳିକା ଗରଭୁ ଜନ୍ମିଲେ

ପଣ୍ଡୁ ଆଉ ଧ୍ରୁତରାଷ୍ଟ୍ର

ଜନ୍ମ ଦେଇଥିଲେ ସମଦର୍ଶୀ ଦାସୀ

ସୁଜ୍ଞାନୀ ବିଦୁର ପୁତ୍ର ।

ଆଷାଢ଼ ମାସର ପୂର୍ଣ୍ଣିମା ତିଥିରେ

ବ୍ୟାସଦେବ ଗୁରୁପର୍ବ

ଅତିତର ଗାଥା କରାଏ ସ୍ମରଣ

ମହାଭାରତର ଚିତ୍ର ।

   -----



Rate this content
Log in

Similar oriya poem from Classics