Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ନବଯୌବନ ଦର୍ଶନ

ନବଯୌବନ ଦର୍ଶନ

1 min
114



ନବ ଯଉବନ ପ୍ରାପ୍ତ ଦାରୁ ଦିଅଁ

ବିଜେ ରତ୍ନ ସିଂହାସନ

ନେତ୍ରଲାଗି ଯୋଗେ ବ୍ରହ୍ମତେଜ ମୂର୍ତ୍ତି

ଉଦିତ ସୂର୍ଯ୍ୟ ନବୀନ ।


ଅଣସର ଘରେ ନିଭୃତ ସେବାରେ

ଜ୍ଜ୍ୱର ତାପ ଉପଶମ

ହେବ ନେତ୍ରଲାଗି ଯାତ୍ରା ନବଦିନ

ଆୟୋଜନ ଉପକ୍ରମ ।


ସିଂହାସନ ପା6ର୍ଶ୍ବ ଦତ୍ତ ମହାପାତ୍ର

ପାତି କଜ୍ଜ୍ୱଳ ଅଞ୍ଜନ

ରୈ।ପ୍ୟ ବାଟିକାରେ ହେବ ସୁପ୍ରସ୍ତୁତ

ଦିଅ ଲାଗି ସମର୍ପଣ ।


ତିନି ପୂଜାପଣ୍ଡା ତିନୋଟି କାଠିରେ

ପ୍ରଲେପିବେ ସବିଧାନ

ଅର୍ଘ୍ୟ ଦୀପ ଧୂପ ଉଚ୍ଚାଟିତ ମନ୍ତ୍ରେ 

ଜ୍ୟୋତି ହେବ ଆରୋପଣ ।


ଷୋଡ଼ଶୋପଚାର ପୂଜା ଅରଚନା

ବଢିଲେ ସକାଳ ଧୂପ

ଅନୁମତି ନେଇ ଫିଟିବ ଶ୍ରୀ ଅଙ୍ଗୁ

ଆଜ୍ଞାମାଳ ଶୁଭ ପୁଷ୍ପ ।


ଜୟ ଓ ବିଜୟ ସିଂହଦ୍ୱାର ଦେଇ

ଛତ୍ର କାହାଳୀ ସହିତ

ଶ୍ରୀମନ୍ଦିର ଠାରୁ ରଥ ଖଳା ଯାଏ

ବାଜୁଥିବ ତୂରୀ ଘଣ୍ଟ ।


ଆଜ୍ଞାମାଳ ବନ୍ଧା ହୁଏ ତିନି ରଥେ

ସିଂହଦ୍ୱାର ଆଗୁସାର

ଚାଙ୍ଗଡ଼ା ମେକାପ ପାତିନି ଶାଢ଼ୀକୁ

ବାନ୍ଧନ୍ତି ତିନି କଳସ ।


ପ୍ରତିପଦ ଦିନ ପଡେନି ପହୁଡ଼

ଚାଲିଥାଏ ନୀତିକାନ୍ତି

କୋଠ ସୁଆରିଆ କଳସକୁ ନେଇ

ରଥ ଉପରେ ବାନ୍ଧନ୍ତି ।


ଆଷାଢ଼ ଦ୍ୱିତୀୟା ପବିତ୍ର ତିଥିରେ

ଶ୍ରୀଗୁଣ୍ଡିଚା ରଥଯାତ୍ରା

ବାମନ ରୂପରେ ଶ୍ରୀ ଜଗନ୍ନାଥଙ୍କ

ଦିବ୍ୟ ଅନୁପମ ଲୀଳା ।


କଲେ ଦରଶନ ଚତୁର୍ଦ୍ଧାମୂରତି

ସୁନ୍ଦର ଚକାନୟନ

କୋଟି ଜନ୍ମ ପାପ ହୁଅଇ ହରଣ

ମିଳେ ଶାନ୍ତି ମୁକ୍ତି ପୁଣ୍ୟ ।

   



Rate this content
Log in

Similar oriya poem from Classics