STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଚଉଦିଗ ଲାଗେ ରଥମୟ

ଚଉଦିଗ ଲାଗେ ରଥମୟ

1 min
224

ଚଉଦିଗ ଲାଗେ ରଥମୟ

ରଥେ ବସିଛନ୍ତି ଦୟାମୟ

ଦାଣ୍ଡରେ ଉଦଣ୍ଡ ଭକ୍ତ ଶୂଅ

ଭକତ ଭକତି ଭାବ ମୟ ।


ଧୂପ ଦୀପ ବାସେ ମହମହ

ଅପସରି ଯାଏ ମାୟା ମୋହ

ସବୁରି ତୁଣ୍ଡରେ ଜୟ ହେ

ଜୟ ଜଗନ୍ନାଥ ଜୟ ।


ଲିଳାମୟଙ୍କର ଏତ ଦିବ୍ୟ ଲୀଳା

ଦରଶନେ ହୁଅଇ ଉଣା ଭବ ଜ୍ବଳା

ବାମନ ରୂପରେ ପ୍ରଭୁ ଦେଖା ଦେଇ

ପାପ ତାପ ସବୁ ସେ ଦେଇଥାନ୍ତି ଧୋଇ ।


ଆହାକି ସୁନ୍ଦର ଦାରୁ ଦିଅଁ

ପୋଛି ଦିଅନ୍ତି ସେ ଭକ୍ତ ଲୁହ

ରଥେ ଦେଖି ଭକ୍ତ ହୁଏ ମୋହ

ଉଣା ହୋଇଯାଏ ମନୁ କୋହ. ।


ପତିତ ମାନଙ୍କୁ ଦେବାକୁ ଦର୍ଶନ

ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ

ଅଶରୀରି ଆତ୍ମା ପାଇଥାନ୍ତି ମୁକ୍ତି

ରଥ ଉପରେ ଦେଖି ଚତୁର୍ଦ୍ଧା ମୂରତୀ।


କରୁଣାମୟ ମଙ୍ଗଳମୟ

ଦୂର କରନ୍ତି ସେ ଭବଭୟ

ଭକ୍ତ କହେ ଆହେ ଦୟାମୟ

କୃପା ନେତ୍ରେ ବାରେ ଚାହିଁ ଥାଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics