Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ଶବ୍ଦ

ଶବ୍ଦ

1 min
198



କବିତାଟିଏ ଲେଖିବାକୁ ଗଲାବେଳେ

ଶବ୍ଦ ଆଉ ନ ଦିଏ ଧରା

ମୋ ଦେହର ଦେହଳୀରେ ବଂଶ ବିସ୍ତାରୁଥିବା

ଶବ୍ଦର ଡେଣା ନାହିଁ- ଲକ୍ଷେ ଯୋଜନ ଉଡାଇ

ତେଲ ଲୁଣର ସଂସାରରେ ମଳିନ ପଡିଯାଏ ଶବ୍ଦ

ପ୍ରୋତ୍ସାହନ ଓ ଉଦ୍‌ବର୍ତନର ଆନନ୍ଦ ମଧ୍ୟରେ

ଶବ୍ଦ ପୁଣି ଫେରିଆସେ ମନ ଗହନକୁ

ରୂପ ଦେବା ପାଇଁ ଅନୁପ୍ରସଭରା ଏକ ଅବୋଲକରା କାହାଣୀ

ରଙ୍ଗାୟିତ କରିବା ପାଇଁ ଏକ ଶ୍ରାବଣୀ କବିତାର କାନ୍‌ସ୍

ଆତ୍ମାର ବାଲୁକା ରଂତରେ ଶବ୍ଦ ଛାଡିଯାଏ

ସୁସ୍ପଷ୍ଟ ସ୍ବାକ୍ଷର- ପଥଚାରୀର ଓ ସ୍ରଷ୍ଟାର

ବେଳେ ବେଳେ ଶବ୍ଦ ହୋଇଥାଏ ଏକ ବହବର୍ଷା ଇଜେଲ୍

ଆବର୍ତନ ଓ ବିବର୍ତ୍ତନର ଫେଟା ଫେଟି ଗଜଲ

ପୁଣି ଶବ୍ଦ ଝରିଆସେ ଏକ ସବ୍‌ରଂଗ୍ ଶାୟରୀରେ

ଅନନ୍ତ ଯୌବନା ମୌସୁମୀର ଅପୂର୍ବ ରୂପ ବର୍ଣ୍ଣନାର

ଶବ୍ଦ ନୈସର୍ଗିକ -ସମସ୍ତ ପାର୍ଥବତାର ଉର୍ଦ୍ଧ୍ବରେ

ଏକ ସ୍ଵର୍ଗୀୟ ଚିନ୍ତନରେ ପରିପୂର୍ଣ୍ଣା ମିଳନ ଗୀତିକାର

ଚିନ୍ତା ଓ ଦ୍ୟୋତନାର ବନାନୀରେ

ଶବ୍ଦ ଏକ ନୂତନ କାକଳୀ

ଆହ୍ବାନ ଦିଏ ସଂପର୍କର ସୁରମ୍ୟ ଗୃହନଶୀଳତାର ।।


Rate this content
Log in

Similar oriya poem from Classics