Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Abstract Classics Others

3  

Padmalaya Mishra

Abstract Classics Others

ସଞ୍ଜ ଯେବେ ଆସେ

ସଞ୍ଜ ଯେବେ ଆସେ

1 min
127



ସଞ୍ଜ ଯେବେ ଆସେ ପକ୍ଷୀ ନୀଡେ ଫେରେ

ସୂରୁଯ ବୁଡେ ପଶ୍ଚିମେ

ଜୀବନର ସଞ୍ଜେ ଖୋଜୁଛି ମୁଁ ନୀଡ଼

ହଜିଛି ସଂସାର ଦ୍ରୁମେ ।।


କେବେ ଟାଣ ଖରା କେବେ ମଉସୁମୀ

କେବେ ପୁଣି ପତ୍ରଝଡା

ଆରମ୍ଭରୁ ଶେଷ ଶେଷରୁ ଆରମ୍ଭ

ଆଗମନ ଓ ବାହୁଡା ।।


ଶୀତୁଆ ସଞ୍ଜରେ ଉଷୁମ ଖୋଜଇ

ଜୀବନ ବଣିକ ଭାଈ

ଛାତିତଳ ନିଆଁ ଖୋଜଇ ସାଥୀକୁ

ସଞ୍ଜ ଆସେ ଯେବେ ନଇଁ ।।


ଜୀବନ ସଙ୍ଗୀତ ଅତି ସୁମଧୁର

କାହ୍ନୁର ବଇଁଶୀ ପରି

ସଞ୍ଜ ଯେବେ ଆସେ ସଙ୍ଗାତ ପରଷେ

ପ୍ରିୟା ପ୍ରୀତି ଅସୁମାରୀ ।।




Rate this content
Log in

Similar oriya poem from Abstract