ମୁଁ
ମୁଁ
ସମୟର ସାରଣୀରେ
ସମ୍ପର୍କର ନଦୀତୀରେ
ହଜାଇ ନିଜକୁ
ମୁଁ..... ମୁଁ ହୋଇ ନାହିଁ
ବଞ୍ଚିଛି ଖାଲି ସମ୍ପର୍କକୁ ନେଇ ।।
ବାଜୁଛି ସତର୍କଘଣ୍ଟି
ଭାବନା ହେଉଛି ଫେଣ୍ଟି
ସ୍ଵପ୍ନର ସମାଧି ଦେଇ
ମୁଁ.... ମୁଁ ହୋଇ ନାହିଁ
ସମ୍ପର୍କରେ ନିଜକୁ ହଜାଇ ।।
ନିରୁତ୍ତର ହୃଦୟ
ଆଶା ହୁଏ ବିଲୟ
ହଜି ହଜି ଯାଏ
ମୁଁ.... ମୁଁ ହୋଇ ନାହିଁ
ଜାଣେନା ଚାଲୁଛି କ'ଣ ପାଇବା ପାଇଁ ।।
ସୁରଭିତ ଜୀବନ
ସୁନ୍ଦର ମନ ଉପବନ
ମହକି ମହକାଏ
ମୁଁ.... ମୁଁ ହୋଇ ନାହିଁ
ପାଉନି ନିଜକୁ ସଭିଙ୍କୁ ବାଣ୍ଟିଦେଇ ।।
ସପନର ବେଳାଭୂମି
ଧୋଇଦିଏ କର୍ତ୍ତବ୍ୟ ଉର୍ମି
ନୟନରେ ତୃଷ୍ଣା ଭରି
ମୁଁ.... ମୁଁ ହୋଇ ନାହିଁ
ଚାଲୁଛି ଦାୟିତ୍ୱ ବୋଝ ନେଇ ।।
ଜୀବନ ସଳିତା ଜଳି
ଲିଭିବ ଦିନେ ଦିପାଳୀ
ଅଟକିବନି କିଛି
ତଥାପି ମୁଁ... ମୁଁ ହୋଇ ନାହିଁ
ଜଳୁଛି ସଞ୍ଜବତୀ ହୋଇ ।।