Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract

3  

Jagannath Barik

Abstract

କର୍ମଯୋଗ ଅନୁସର

କର୍ମଯୋଗ ଅନୁସର

1 min
163



ମନ ବାଉଳାରେ, କର୍ମଯୋଗ ଅନୁସର କର୍ମ ବଳିଆର   

କର୍ମ ନିର୍ବିକାର କର୍ମମୟ ଚରାଚର |(0)

ଘେନି କର୍ମ ମନ୍ତ୍ର  କମଳ ଅପତ୍ୟ   ସାଜିଛନ୍ତି ସୃଷ୍ଟିଧର

ହୋଇ କୁମ୍ଭକାର  ଚଳାଇ କୁଲାଳ   ଘଟ ସୃଜନେ ତତ୍ପର |(1)

କର୍ମ କବଳରେ  ଶ୍ରୀବିଷ୍ଣୁ ମର୍ତ୍ତ୍ୟରେ ଅବତ୍ତୀର୍ଣ୍ଣ ବରାବର

ଖଳ ବିନାଶନେ  ଧର୍ମ ସଂସ୍ଥାପନେ  ସଂକଟରେ ହରବର |(2)

କର୍ମ ପ୍ରଭାବରେ  ଭଵ ଅଭାବରେ  କପାଳ ଧରନ୍ତି କର

ଶଶ୍ମାନ ସଦନ  ବୃତ୍ତି ଭିକ୍ଷାଟନ  ଅଙ୍ଗେ ବହି ଅହିବର |(3)

କରନ୍ତି ଖମଣି  ଗଗନ ଭ୍ରମଣି  କର୍ମବଶେ ନିରନ୍ତର

ନଥାଏ ବିରତି   ନିୟମରେ ଗତି  ବସି ସପ୍ତାଶ୍ୱରଥର |(4)

ଆବର୍ତ୍ତନ ପରି-  କ୍ରମଣ ଆଦରି  ଘୂରେ ଉର୍ବୀ କକ୍ଷପର

ବହେ ସମୀରଣ  ବରଷଇ ଘନ  ସାଗରେ ଉଠେ ଲହର |(5)

ଜଳଇ ଅନଳ  ଜ୍ୟୋତିଶ୍ଚକ୍ରଚଳ  ପାଦପରେ ଶସ୍ୟଫଳ

ନିମ୍ନଗା ବାହିତ  ପ୍ରଦାହ ତଡ଼ିତ   ବଜ୍ରପାତ ଭୟଙ୍କର |(6)

ଜ୍ଞାନ କର୍ମେନ୍ଦ୍ରିୟ  କର୍ମରେ ସକ୍ରିୟ  ପ୍ରକୃତି ଅନୁରୂପର

ନଜାଣନ୍ତି ମୁଢ଼  ଏ ତତ୍ତ୍ୱ ନିଗୁଢ଼   କର୍ମକରତା ଈଶ୍ୱର |(7)

କର୍ମ ସୁଖପ୍ରଦ  ଅକର୍ମ ଦୁଃଖଦ  ନିଷ୍କାମ କର୍ମ ସୁନ୍ଦର

ଫଳଦାତା ହରି  ଏହି ଭାବ ସ୍ମରି   କର୍ତ୍ତାପଣ ପରିହର |(8)

ପର ଉପକାର  ପୁଣ୍ୟବ୍ରତ ସାର  ସୁକର୍ମ ବିଶ୍ୱ ହିତର

କର୍ମରୁ ନିବୃତ୍ତି  ହରେ ଚିତ୍ତବୃତ୍ତି  ଆଳସ୍ୟ ରୋଗର ଘର |(9)

ବିଭୁ ନାମ ଧରି  କର୍ମ ଯାଅ କରି  କର୍ମେ ଜିଅ ନାରୀନର

ଭାଷେ ଜଗନ୍ନାଥ  କର୍ମବଳେ ପ୍ରାପ୍ତ  ହୋଇବ ପରମେଶ୍ୱର |(10)




Rate this content
Log in

Similar oriya poem from Abstract