STORYMIRROR

Amulya Kumar Nayak

Abstract

3  

Amulya Kumar Nayak

Abstract

ନୂଆଖାଇ ଭେଟ୍

ନୂଆଖାଇ ଭେଟ୍

1 min
190


ସୋରନା୍ ଚାଉଳେ ଶାକମ୍ବରୀ ଖାଏ

  ମାଆ ସମଲେଇ ମୋର

ନୂଆଖାଇ ବୋଲେ ନୂଆ ନୂଆ ଲାଗେ

   ଏ ସାରା ଜଗତ ତା'ର ।।


ନାନା ପିଠା ପଣା ନୂଆ ନୂଆ ବସ୍ତ୍ର

   ନୂଆ ପୁଣି ବେଶ ଭୂଷା

ଡାଲଖାଇ ନୃତ୍ଯ ସାଥେ ମେଳି ମିତ

   ଶୁଭେ ସମ୍ବଲପୁରୀ ଭାଷା ।।


ଭାଦ୍ରବ ଶୁକଳ ପଂଚମୀ ତିଥିରେ

    ଗାଆଁଠୁ ସହର ଯାଏ

ଉଛୁଳି ପଡଇ ଗଣପର୍ବ ଏହି

   ପଶ୍ଚିମ ଓଡିଶା ପ୍ରିୟେ ।।


ବଡଙ୍କୁ ଜୁହାର ମହାନ ତିହାର

   ଓଡିଆ ସଂସ୍କୃତି ବହି

ଭେଟଘାଟ ହୁଏ ଏ ତିନି ଦିନରେ

   ମାଆ ସମଲେଇ ଠେଇଁ ।।


ଗଣପର୍ବ ଏବେ ଗଣୁଅଛି ବସି

   କେତେ ଯେ ପ୍ରବାସୀ ଭାଇ !

କରୋନା ନିୟମ ମାନି ପାଳୁଛନ୍ତି

   ଧାଙ୍ଗଡା ଧାଙ୍ଗିଡି ହେଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract